ପାରା ସୁଟର ସିଂହରାଜ ଅଡାନାଙ୍କୁ ବ୍ରୋଞ୍ଜ ପଦକ, ଭାରତର ମେଡାଲ ସଂଖ୍ୟା ୮କୁ ବୃଦ୍ଧି

1 min read
Tokyo Paralympics Singhraj Adana Wins Bronze

ଟୋକିଓ: ଟୋକିଓ ପାରା ଅଲମ୍ପିକରେ ଭାରତକୁ ଆଉ ଏକ ପଦ ମିଳିଛି । ପାରା ସୁଟର ସିଂହରାଜ ଅଡାନା ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି । ପୁରୁଷ ବିଭାଗର ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଅଡାନାଙ୍କୁ ପଦକ ମିଳିଛି । ଏଥିସହ ପାରା ଅଲମ୍ପିକରେ ଭାରତର ପଦକ ସଂଖ୍ୟା ବୃଦ୍ଧି ପାଇ ୮ରେ ପହଞ୍ଚିଛି । ଯାହାକି ପାରା ଅଲମ୍ପିକରେ ଏବେ ଯାଏଁ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ।

ଅସାକା ସୁଟିଂ ରେଞ୍ଜରେ ଖେଳା ଯାଇଥିବା ଫାଇନାଲରେ ସିଂହରାଜ ଅଡାନା ଓ ଚୀନର ଲୁ ଶିୟୋଲୋଙ୍ଗଙ୍କ ମଧ୍ୟରେ ଶେଷ ମୁହୂର୍ତ୍ତ ଯାଏଁ ସଂଘର୍ଷ ଦେଖିବାକୁ ମିଳିଥିଲା । ଯେଉଁଥିରେ ସିଂହରାଜ ଭଲ ପ୍ରଦର୍ଶନ କରିବା ସହ ୨୧୬.୮ ସ୍କୋର ସହ ବ୍ରୋଞ୍ଜ ଜିତିଛନ୍ତି । ଟୋକିଓ ପାରାଅଲମ୍ପିକରେ ବନ୍ଧୁକ ଚାଳନାରେ ଏହା ଭାରତ ପାଇଁ ଦ୍ୱିତୀୟ ପଦକ । ଏହା ପୂର୍ବରୁ ସୋମବାର ୧୯ ବର୍ଷିୟ ପାରା ସୁଟର ଅବନୀ ଲେଖରା ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ । ପାରଅଲମ୍ପିକରେ ପ୍ରଥମଥର ସ୍ୱର୍ଣ୍ଣ ଜିତିଥିବା ଆଥଲେଟ ହେଉଛନ୍ତି ଅବନୀ ।

Leave a Reply