ପାରା ସୁଟର ସିଂହରାଜ ଅଡାନାଙ୍କୁ ବ୍ରୋଞ୍ଜ ପଦକ, ଭାରତର ମେଡାଲ ସଂଖ୍ୟା ୮କୁ ବୃଦ୍ଧି
1 min readଟୋକିଓ: ଟୋକିଓ ପାରା ଅଲମ୍ପିକରେ ଭାରତକୁ ଆଉ ଏକ ପଦ ମିଳିଛି । ପାରା ସୁଟର ସିଂହରାଜ ଅଡାନା ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି । ପୁରୁଷ ବିଭାଗର ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଅଡାନାଙ୍କୁ ପଦକ ମିଳିଛି । ଏଥିସହ ପାରା ଅଲମ୍ପିକରେ ଭାରତର ପଦକ ସଂଖ୍ୟା ବୃଦ୍ଧି ପାଇ ୮ରେ ପହଞ୍ଚିଛି । ଯାହାକି ପାରା ଅଲମ୍ପିକରେ ଏବେ ଯାଏଁ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ।
And another one!!✨? With @AdhanaSinghraj's #Bronze Medal ?in P1 – Men's 10m Air Pistol SH1, India's #Tokyo2020 #Paralympics medal tally now stands at 8️⃣, double of what we had achieved in #Rio2016, and we still have more to come!??? #Praise4Para #shootingparasport pic.twitter.com/01dFUKUKpW
— Paralympic India ?? (@ParalympicIndia) August 31, 2021
ଅସାକା ସୁଟିଂ ରେଞ୍ଜରେ ଖେଳା ଯାଇଥିବା ଫାଇନାଲରେ ସିଂହରାଜ ଅଡାନା ଓ ଚୀନର ଲୁ ଶିୟୋଲୋଙ୍ଗଙ୍କ ମଧ୍ୟରେ ଶେଷ ମୁହୂର୍ତ୍ତ ଯାଏଁ ସଂଘର୍ଷ ଦେଖିବାକୁ ମିଳିଥିଲା । ଯେଉଁଥିରେ ସିଂହରାଜ ଭଲ ପ୍ରଦର୍ଶନ କରିବା ସହ ୨୧୬.୮ ସ୍କୋର ସହ ବ୍ରୋଞ୍ଜ ଜିତିଛନ୍ତି । ଟୋକିଓ ପାରାଅଲମ୍ପିକରେ ବନ୍ଧୁକ ଚାଳନାରେ ଏହା ଭାରତ ପାଇଁ ଦ୍ୱିତୀୟ ପଦକ । ଏହା ପୂର୍ବରୁ ସୋମବାର ୧୯ ବର୍ଷିୟ ପାରା ସୁଟର ଅବନୀ ଲେଖରା ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ । ପାରଅଲମ୍ପିକରେ ପ୍ରଥମଥର ସ୍ୱର୍ଣ୍ଣ ଜିତିଥିବା ଆଥଲେଟ ହେଉଛନ୍ତି ଅବନୀ ।