ସ୍ୱଦେଶ ପେରିଲେ ସ୍ୱର୍ଣ୍ଣ ବିଜେତା ପ୍ରମୋଦ, କହିଲେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ସ୍ୱଦେଶକୁ ଫେରିଛନ୍ତି ବ୍ୟାଡମିଣ୍ଟନ ଷ୍ଟାର୍ ପ୍ରମୋଦ ଭାଗତ। ଦିଲ୍ଲୀରେ ପହଁଚିବା ପରେ ତାଙ୍କୁ ସ୍ପୋର୍ଟସ ଅଥୋରିଟି ଅଫ୍ ଇଣ୍ଡିଆ ପର୍ଷରୁ ଭଗ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ସେ ଓଡିଶା ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି।

ଅଲମ୍ପିକ୍ସ ପ୍ରସ୍ତୁତି ସମୟରେ ପ୍ରମୋଦଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ପ୍ରକାର ସହଯୋଗ ଯୋଗାଇଦେଇଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି। ପ୍ରମୋଦ ତାଙ୍କ ବିଜୟର ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି । ସେ କହିଛନ୍ତି ଯେ ଫାରାଲିମ୍ପିକ୍ସ ପାଇଁ  ତାଙ୍କୁ ଯାହା ବି ସହୋଯୋଗ ଦରକାର ଥିଲା ସେ ସବୁକିଛି ମୁଖ୍ୟମନ୍ତ୍ରୀ ଯୋଗାଇଦେଇଥିଲେ। ଏମିତିକି କୋଭିଡ ମହାମାରୀ ଭିତରେ ମଧ୍ୟ ରାଜ୍ୟ ସରକାର ତାଙ୍କ ଟ୍ରେନିଂର ପୂରା ଧ୍ୟାନ ରଖିଥିଲେ । ତାଙ୍କ ଟ୍ରେନିଂ ପ୍ରତି ଯେମିତି କିଛି ବି ଆଞ୍ଚ ନ ଆସେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଥିଲା।

ତେବେ କେବଳ ପ୍ରମୋଦ ନୁହେଁ ତାଙ୍କ ସହ ଅନ୍ୟ କ୍ରିଡାବିତମାନେ ମଧ୍ୟ ଆଜି ସ୍ଫେୱଦେଶକୁ ଫେରିଛନ୍ତି। ଏବଂ ଦିଲ୍ଲୀ ବିମାନବନ୍ଦରରେ ସମସ୍ତଙ୍କୁ ଭବ୍ୟ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଛି।

 

Leave a Reply