ସୁନା ପାଇଁ ଭାରତର ଛାତି ଧଡ଼ ଧଡ଼

ଟୋକିଓ: ସୁନା ଆଣିବେ ନୀରଜ । ଟୋକିଓ ଅଲମ୍ପିକ୍ସର ଜାଭେଲିନ୍ ଥ୍ରୋର ଫାଇନାଲ୍ ମୁକାବିଲା ଚାଲିଛି । ଫାଇନାଲରେ ଜିତି ଭାରତ ପାଇଁ ନୀରଜ ଚୋପ୍ରା ସୁନା ଆଣିବେ ବୋଲି ସମସ୍ତଙ୍କ ଆଶା ରହିଛି । ୬ ରାଉଣ୍ଡ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪ ରାଉଣ୍ଡ ଖେଳ ସରିଛି । ଏଥିରେ ଆଗରେ ଅଛନ୍ତି ନୀରଜ ।
ନୀରଜ ପ୍ରଥମ ରାଉଣ୍ଡରେ ୮୭.୦୩ ମିଟର ଜାଭେଲିନ୍ ଥ୍ରୋ କରିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ୮୭.୫୮ ମିଟର, ତୃତୀୟ ରାଉଣ୍ଡରେ ୭୬.୭୯ ମିଟର ଥ୍ରୋ କରିଛନ୍ତି । ଚତୁର୍ଥ ରାଉଣ୍ଡରେ ଜାଭେଲିନ୍ ଥ୍ରୋକୁ ଗଣନା କରାଯାଇନାହିଁ । ଏବେ ସୁଦ୍ଧା ନୀରଜ ଶୀର୍ଷରେ ରହିଛନ୍ତି ।