Tokyo Olympics 2020: ପୁରୁଷ ରେସଲିଂର କ୍ୱାର୍ଟର ଫାଇନାଲରେ ରବି ଦାହିୟା

1 min read

ଟୋକିଓ: ଟୋକିଓ ଅଲିମ୍ପିକ୍ସ ପୁରୁଷ ରେସଲିଂର କ୍ୱାର୍ଟରରେ ପହଞ୍ଚିଲେ ରବି ଦାହିୟା । ଭାରତୀୟ ରେସଲର ରବି ଦାହିୟା ୫୭ କେ.ଜି ଫ୍ରି ଷ୍ଚାଇଲରେ କଲମ୍ବିଆ ପ୍ରତିଦ୍ୱନ୍ଦ୍ୱିଙ୍କୁ ହରାଇଛନ୍ତି । ରବି କୁମାର ୧୩-୨ରେ ଏହି ବିଜୟ ହାସଲ କରିଛନ୍ତି । ପ୍ରଥମ ରାଉଁଣ୍ଡରେ ଉଭୟ ଖେଳାଳିଙ୍କ ମଧ୍ୟରେ ହୋଇଥିଲା ଜୋରଦାର ଟକ୍କର । ହେଲେ ଦ୍ୱିତୀୟ  ରାଉଣ୍ଡରେ କଲମ୍ବିଆ ପ୍ରତିଦ୍ୱନ୍ଦ୍ୱିଙ୍କ ଉପରେ ଭାରି ପଡ଼ିଥିଲେ ଭାରତର ରବି ତାହିୟା ।

ଅପରପକ୍ଷରେ ଜାଭେଲିନ୍ ଥ୍ରୋ ଫାଇନାଲ ପାଇଁ ସ୍ଥାନ ପକ୍କା କରିଛନ୍ତି ଭାରତୀୟ ପ୍ରତିଯୋଗୀ ନୀରଜ ଚୋପ୍ରା । ସେ ସେମିଫାଇନାଲ ରାଉଣ୍ଡରେ ୮୬. ୬୫ ମିଟର ଥ୍ରୋ କରି ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ଏହି ଦମଦାର ପ୍ରଦର୍ଶନ ଫଳରେ ନୀରଜ ପଦକ ଆଶା ଉଜ୍ଜିବୀତ କରିଛନ୍ତି । ଫାଇନାଲରେ ପହଞ୍ଚିବାକୁ ହେଲେ ୮୩. ୫୦ ମିଟର ଥ୍ରୋ କରିବା ଜରୁରି ଥିଲା, ହେଲେ ନୀରଜ ଏହାଠୁ ଅଧିକ ମିଟର ଫୋପାଡି ଫାଇନାଲରେ ପ୍ରବେଶ କରିଛନ୍ତି । ଏହି ବିଜୟ ସହ ଗ୍ରୁପ A ର ପ୍ରଥମ ସ୍ଥାନରେ ରହିଛନ୍ତି ନୀରଜ । ଆସନ୍ତା ୭ ତାରିଖରେ ଫାଇନାଲ୍ ଖେଳିବେ ନୀରଜ ଚୋପ୍ରା । ହରିୟାଣାର ପାଣୀପତରେ ଜନ୍ମ ଗ୍ରହଣ କରିଥିବା ନୀରଜ ବିଶ୍ୱସ୍ତରୀୟ ଆଥଲେଟିକ୍ସ ଚାମ୍ପିଆନସିପରେ ସ୍ୱର୍ଣ୍ଣ ପଦକ ଜିତିଥିବା ଦ୍ୱିତୀୟ ଭାରତୀୟ ଆଥଲେଟ୍ ଅଟନ୍ତି । ତେବେ ନବାଗତ ଶିବପାଲ ସିଂହ ଫାଇନାଲରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଛନ୍ତି । ସେ ୭୬.୪୦ ମିଟର ଥ୍ରୋ କରିପାରିଛନ୍ତି ।

Leave a Reply