ଟୋକିଓ ୨୦୨୦: ଉଦଘାଟନ ସମାରୋହରେ ଉପସ୍ଥିତ ରହିବେ ୧୫ଟି ଦେଶର ନେତା

ଟୋକିଓ: କୋଭିଡ ମହାମାରୀରେ ପ୍ରଭାବିତ ଟୋକିଓ ଅଲମ୍ପିକ୍ସର ଶୁକ୍ରବାର ହେବାକୁ ଥିବା ଉଦଘାଟନ ସମାରୋହରେ ପ୍ରାୟ ୧୫ଟି ଦେଶର ନେତା ଉପସ୍ଥିତ ରହିବାର ସମ୍ଭାବନା ରହିଛି । ଖବର ଅନୁସାରେ ସମାରୋହ ସମୟରେ ଷ୍ଟାଡିୟମରେ ବ୍ୟକ୍ତିଗତ ଭାବରେ ପ୍ରାୟ ୧ ହଜାର ଲୋକ ଉପସ୍ଥିତ ରହିପାରନ୍ତି ।

ଜାପାନ ସରକାରଙ୍କ ମୁଖ୍ୟ କ୍ୟାବିନେଟ୍‌ସଚିବ କାସ୍ତୁନୋବୁ କେଟୋଙ୍କ ପକ୍ଷରୁ ‘କ୍ୟୋଡୋ ସମାଚାର ଏଜେନ୍ସି’ କହିଛିଯେ, କୋଭିଡ ୧୯ ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ଷ୍ଟାଡିୟମରେ ଉଦଘାଟନ ସମାରୋହରେ ଲୋକଙ୍କ ଉପସ୍ଥିତିକୁ ସୀମିତ କରିବା ପାଇଁ ଆୟୋଜକ ନିଷ୍ପତ୍ତି ନେଇଛନ୍ତି ।


କେଟୋଙ୍କ କହିବା ଅନୁସାରେ ପ୍ରାୟ ୭୦ଟି କ୍ୟାବିନେଟ୍‌ସ୍ତରୀୟ ଅଧିକାରୀ ଜାପାନ ଗସ୍ତ କରିବାର ସମ୍ଭାବନା ରହିଛି । କିନ୍ତୁ କେତେଜଣ ବିଶିଷ୍ଟ ବ୍ୟକ୍ତି ସମାରୋହରେ ଉପସ୍ଥିତ ରହିବେ ତାହାକୁ ନେଇ ଏବେ ମଧ୍ୟ ସୁନିଶ୍ଚିତ କରାଯାଇନାହିଁ ।

ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମେକ୍ରୋ, ମଙ୍ଗୋଲିୟୋର ପ୍ରଧାନମନ୍ତ୍ରୀ ଲୁସାନାମସରାଇ ଓୟୁନ ଏର୍ଡେନ ଏବଂ ଆମେରିକାର ପ୍ରଥମ ମହିଳା ଜିଲ ବାଇଡେନଙ୍କ ବ୍ୟତୀତ ଅନ୍ୟ କେତେକ ନେତା ସମାରୋହରେ ଉପସ୍ଥିତ ରହିବା ପାଇଁ ପ୍ରତିଶୃତି ଦେଇଛନ୍ତି ।

ଜାପାନରେ କରୋନା ଭୂତାଣୁ ମାମଲା ବଢୁଥିବା ହେତୁ କେତେକ ନେତା ଯାତ୍ରା ରବ୍ଦ କରିବାକୁ ବାଧ୍ୟ ହୋଇଛନ୍ତି । ତେବେ ଏହି ସମୟରେ ଦର୍ଶକଙ୍କୁ ଷ୍ଟାଡିୟମ ମଧ୍ୟକୁ ପ୍ରବେଶ ନିଷେଧ ରହିବ ।

Leave a Reply