ରାଜ୍ୟରେ ଶୀତର ପ୍ରବାହ ଜାରି, ଘନକୁହୁଡ଼ି ସହ ଶୀତରେ ଥରୁଛି ଅନେକ ଅଞ୍ଚଳ
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତର ପ୍ରବାହ । ସାରା ରାଜ୍ୟରେ ଘନକୁହୁଡ଼ି ମଧ୍ୟ ଦେଖିବାକୁ ମିଳିଛି । ଆଜିଠୁ ୪ ଦିନ ମଧ୍ୟରେ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ରାତିର ତାପମାତ୍ରା ଆଗାମୀ ୨ରୁ ୩ ଦିନ ଅପରିବର୍ତ୍ତିତ ରହିବ । ୩/୪ ଦିନରେ ପାରଦ ୪ରୁ ୫ ଡିଗ୍ରି ଖସିବା ସହ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ। ପଞ୍ଚୁକ ଓ କାର୍ତ୍ତିକ ପୂର୍ଣ୍ଣିମା ବେଳକୁ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।
ଗତ ୨୪ ଘଣ୍ଟାରେ ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ହାଲ୍କା ବର୍ଷା ହୋଇଯାଇଛି। ସମତଳ ଅଞ୍ଚଳରେ ସର୍ବନିମ୍ନ ରାତ୍ରି ତାପମାତ୍ରା ସୋନପୁର ଜିଲ୍ଲାରେ ୧୫.୨ ଡିଗ୍ରି ରେକର୍ଡ ହୋଇଛି। ପାହାଡ଼ିଆ ଅଞ୍ଚଳମାନଙ୍କ ମଧ୍ୟରେ କୋରାପୁଟରେ ୧୫ ଡିଗ୍ରି ଓ ଦାରିଙ୍ଗବାଡ଼ିଠାରେ ୧୫ଡିଗ୍ରି ଲେଖାଏଁ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି ।