ଓଡିଶାରୁ ସମ୍ପୂର୍ଣ୍ଣ ବିଦାୟ ନେଇଛି ମୌସୁମୀ, ସୁଲୁସୁଲିଆ ପବନ ସହ ଧିରେ ଧିରେ ପ୍ରବେଶ କରୁଛି ଶୀତ

ଭୁବନେଶ୍ୱର: ଓଡିଶାରୁ ସମ୍ପୁର୍ଣ୍ଣ ଅପସରି ଗଲା ମୌସୁମୀ । ଧିରେ ଧିରେ ଶୀତ ପ୍ରବେଶ କରୁଛି । ଓଡିଶାରୁ ସମ୍ପୂର୍ଣ୍ଣ ବିଦାୟ ନେଇଛି ମୌସୁମୀ । ଗତ ଦୁଇ ଦିନ ତଳେ ୮ ଜିଲ୍ଲାରୁ ମୌସୁମୀ ସଂପୂର୍ଣ୍ଣ ବିଦାୟ ନେଇସାରିଥିଲା । ଧୀରେ ଧୀରେ ରାଜ୍ୟ ରେ ଶୀତ ଅନୁଭବ ହେବାକୁ ଲାଗୁଛି । ଚଳିତ ବର୍ଷ ଜୁନ ପ୍ରଥମରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ୯୯ ପ୍ରତିଶତ ବର୍ଷା ହୋଇଛି । ଅନ୍ୟପଟେ ୧ ଜୁନରୁ ଅକ୍ଟୋବର ପର୍ଯ୍ୟନ୍ତ ୧୩୦୨.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ଠାରୁ ୪ ପ୍ରତିଶତ ରୁ ଅଧିକ ବର୍ଷା ରେକର୍ଡ ହୋଇଛି । ମାଲକାନଗିରି ଓ ଝାରସୁଗୁଡାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ।

ଯେହେତୁ ଅକ୍ଟୋବରରେ ୩ ଟି ଲଘୁଚାପ ବର୍ଷା ହୋଇଛି ତେଣୁ କେବଳ ୭୧ ପ୍ରତିଶତ ବର୍ଷା ହୋଇଛି ଏହି ସମୟରେ ସ୍ୱଭାବିକ ଭାବେ ୧୨୫୦ ମିମି ବର୍ଷା ହୋ‌ଇଥାଏ । ତେବେ ଏଥର ୪% ଅଧିକ ବର୍ଷା ହୋଇଛି। ମାଲକାନଗିରି ଓ ଝାରସୁଗୁଡ଼ାରେ ଅଧିକ ପରିମାଣରେ ବର୍ଷା ହୋଇଛି। ଅକ୍ଟୋବର ୧ରୁ ୨୭ ମଧ୍ୟରେ ୭୧% ଅଧିକ ବର୍ଷା ହୋଇଛି। ୧୮ ଜିଲ୍ଲାରେ ଅତିପ୍ରବଳ ବର୍ଷା ହୋଇଥିବା ବେଳେ ୫ଟି ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ଓ ୭ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ମୌସୁମୀ ବିଦାୟ ନେବା ସହ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି ।

ଏବେ ପାଗ ମୁଖ୍ୟତଃ ସ୍ୱାଭାବିକ ରହିବ। ଆଗକୁ ଧୀରେ ଧୀ‌ରେ ରାତିର ତାପମାତ୍ରା ଆହୁରି କମିବ। ଗତ ୨୪ ଘଣ୍ଟା‌ ମଧ୍ୟରେ ରାୟଗଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇଛି। ନ ହେଲେ ସାରା ରାଜ୍ୟରେ ପାଗ ଶୁଖିଲା ରହିଥିଲା। ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୫ ଡିଗ୍ରି ରେକର୍ଡ କରାଯାଇଛି। ସୋନପୁରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୪.୨ ଡିଗ୍ରି ରହିଥିବା ବେଳେ ଅନୁଗୁଳରେ ୧୪.୬, ଦାରିଙ୍ଗବାଡ଼ିରେ ୧୫, ଭବାନୀପାଟଣାରେ ୧୫.୫, କୋରାପୁଟରେ ୧୫.୮, ଫୁଲୁବାଣୀରେ ୧୬, କେନ୍ଦୁଝରରେ ୧୬.୬ ଡିଗ୍ରି ରହିଥିଲା।

Leave a Reply