ରାଜ୍ୟ ପାଇଁ ଆସୁଛି ଆଉ ଏକ ଲଘୁଚାପ, ୧୩ ତାରିଖକୁ ନେଇପାରେ ‘ସାମୁଦ୍ରିକ ବାତ୍ୟା’ର ରୂପ

ଭୁବନେଶ୍ୱର: ଗୋଟିଏ ପରେ ଗୋଟିଏ ଲଘୁଚାପରେ ଭିଜୁଛି ରାଜ୍ୟ । ୯ରୁ ଆଉ ଏକ ଲଘୁଚାପ ଆସୁଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ ୯ରୁ ଆରମ୍ଭ ହୋଇ ୨/୩ ଦିନ ମଧ୍ୟରେ ଡିପ୍ରେସନ ରୂପ ନେବ । ଲଘୁଚାପ ପ୍ରଭାବରେ ଅକ୍ଟୋବର ୧୧ରୁ ୧୩ ମଧ୍ୟରେ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଆସନ୍ତାକାଲି ପାଇଁ ୧୬ ଜିଲ୍ଲାକୁ ୟଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଗଜପତି, ଗଂଜାମ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗିର, ଢେଙ୍କାନାଳ, ଅନୁଗୁଳ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ ଜିଲ୍ଲାକୁ ମଧ୍ୟ ୟଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ କେନ୍ଦ୍ର । ଲଘୁଚାପ କାରଣରୁ ଏହି ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ପ୍ରବଳ ବର୍ଷା ଆକଳନ କରାଯାଇଛି । ଲଘୁଚାପ ବର୍ଷା ସମୟରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ଏବେ କିନ୍ତୁ ୭ ତାରିଖ ଯାଏ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି ।

Leave a Reply