spot_img

Latest Posts

କିଛି ଦିନ ପରେ ପୁଣି ଫେରିଲା ଶୀତ, କୁହୁଡ଼ିର ଚାଦରତଳେ ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣି ଲେଉଟିଲା ଶୀତ। କୁହୁଡ଼ିର ଚାଦରତଳେ ରାଜଧାନୀ ଭୁବନେଶ୍ୱର। ଦିନ ୧୦ଟା ପରେବି ଦେଖାଯାଉନି ରାସ୍ତାଘାଟ। ଦୃଶ୍ୟମାନ କ୍ଷମତା ୫୦ ମିଟରରୁ ବି କମ୍ ରହିଛି। ସକାଳ ଅପେକ୍ଷା ଅଧିକ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଜାତୀୟ ରାଜପଥ ସମେତ ରାଜ୍ୟ ରାଜପଥରେ ଗାଡ଼ାଚଳାଚଳ ବାଧାପ୍ରାପ୍ତ ହୋଇଛି। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାକୁ ପାଣିପାଗ କେନ୍ଦ୍ରର ସତର୍କତା। ଆହୁରି ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନକୁହୁଡ଼ି ଅନୁଭୁତ ହେବ।

କେନ୍ଦ୍ରର ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ରାଜ୍ୟର ସବୁ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିଲା। କେନ୍ଦୁଝର, ଅନୁଗୁଳ, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାର କିଛି କିଛି ଅଞ୍ଚଳରେ ବି କୁଡୁଡ଼ି ଦେଖିବାକୁ ମିଳିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୫.୮ଡିଗ୍ରି ରେକର୍ଡ ହୋଇଛି।

ରାଜ୍ୟର ୯ଟି ସ୍ଥାନରେ ପାରଦ ୧୧ଡ଼ିଗ୍ରୀ  ତଳେରହିଛି। ୫.୮ ଡ଼ିଗ୍ରୀ ସହ ଫୁଲବାଣୀ  ଓଡ଼ିଶାର ଶୀତଳ ସହର ପାଲଟିଛି। ଝାରସୁଗୁଡା ୭.୬, ଦାରିଙ୍ଗବାଡି ୮.୦, ସୁନ୍ଦରଗଡ ୮.୫, କେନ୍ଦୁଝର ୯.୯, ବଲାଙ୍ଗୀର ୧୦.୦, ସୋନପୁର ୧୦.୨, ଭବାନୀପାଟଣା ୧୦.୫, ସମ୍ବଲପୁର ୧୦.୮  ଡ଼ିଗ୍ରୀ, ଭୁବନେଶ୍ୱର ରେ ୧୬.୦ ଡ଼ିଗ୍ରୀ ଏବଂ କଟକରେ ୧୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Latest Posts

Don't Miss