spot_img

Latest Posts

ନିଆଁ ପୁଇଁଲେ ମଧ୍ୟ ଗରମ ଧରୁନି ହାତ ପାପୁଲି, ରାଜ୍ୟରେ ମଞ୍ଜ ଥରାଉଛି ଶୀତ

ଭୁବନେଶ୍ୱର: ହାଡ଼ଭଙ୍ଗା ଜାଡ଼ରେ ଥରୁଛି ପୁରା ଓଡ଼ିଶା। ଜ୍ୟାକେଟ୍‌ ପକେଟରୁ ହାତ ବାହାରିବା ପାଇଁ ଅମଙ୍ଗ ହେଉଛି। ଏଭଳି ଶୀତରେ ବୟସ୍କ ଲୋକେ ବାହାରକୁ ଯିବା ପାଇଁ ଭୟ କରୁଛନ୍ତି। ତେବେ ଏମିତି ସ୍ଥିତି ଆଗକୁ ଜାରିରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏପରି ଆକଳନ କରାଯାଇଛି। ହାଡ଼ଭଙ୍ଗା ଶୀତ ସାଙ୍ଗକୁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ଜାରି ରହିଛି ଏବଂ ଆଗକୁ ମଧ୍ୟ ରହିବ ବୋଲି ସୂଚନା ମିଳିଛି।

ବିଶେଷକରି ଅନୁଗୁଳ, କଟକ, ଜଗତସିଂହପୁର, କନ୍ଧମାଳ, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଦ, କୋରାପୁଟ, ପୁରୀ, ମାଲକାନଗିରି, କଳାହାଣ୍ଡି, ଢେଙ୍କାନାଳ, ଯାଜପୁର, ସୁନ୍ଦରଗଡ଼, ଝାରସୁଡାରେ କୁହୁଡି ଦେଖାଯିବାର ସମ୍ଭାବନା ରହିଛି। ତେବେ ଅନୁଗୁଳ, କଟକ, ଜଗତସିଂହପୁର, କନ୍ଧମାଳ ଓ ଭଦ୍ରକର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ସକାଳୁ କୁହୁଡି ସାଙ୍ଗକୁ ଶୀତ ଜାରି ରହିବ ବୋଲ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଉତ୍ତର-ପଶ୍ଚିମ ଭାରତରେ ଘୂର୍ଣ୍ଣିବଳୟ ହେତୁ ଉତ୍ତରା ଥଣ୍ଡା ପବନ ଗୁଜରାଟ ଆଡ଼କୁ ବହୁଛି। କେନ୍ଦ୍ରୀୟ ଭାରତ ଓ ସଂଲଗ୍ନ ପୂର୍ବ ଭାରତରେ ସୃଷ୍ଟି ହୋଇଥିବା ଗୁରୁଚାପବଳୟକୁ ଦକ୍ଷିଣ ଆଡ଼ୁ ବଙ୍ଗୋପସାଗରୀୟ ପବନ ବହୁଛି। ଫଳତଃ ଓଡ଼ିଶା ସଂଲଗ୍ନ ଉତ୍ତର ଓ ପଶ୍ଚିମରେ ଥିବା ରାଜ୍ୟମାନଙ୍କରେ ଥଣ୍ଡା କମିଛି। ଓଡ଼ିଶାକୁ ମଧ୍ୟ ଆସନ୍ତାକାଲିଠାରୁ ବଙ୍ଗୋପସାଗରୀୟ ପବନ ଗୁରୁଚାପବଳୟ ଦେଇ ପ୍ରବାହିତ ହେବା ଯୋଗୁଁ ଉଭୟ ଦିନ ଓ ରାତିର ତାପମାତ୍ରା ବଢ଼ିବ ଓ ଥଣ୍ଡା କମିବ ବୋଲି ଡ. ପଶୁପାଳକ କହିଛନ୍ତି।

Latest Posts

Don't Miss