ଅପସରି ଯାଉଛି ଶୀତ, ଆଗକୁ କଲବଲ କରିବ ଖରା

ଭୁବନେଶ୍ୱର: ରାଜ୍ୟରୁ ଫେରୁଛି ଶୀତ, ବଢୁଛି ତାତି । ପ୍ରତିଦିନ ତାପମାତ୍ରା ୧ରୁ ୨ଡିଗ୍ରୀ ପର୍ଯ୍ୟନ୍ତ ବଢିବାରେ ଲାଗିଛି । ୨୦ତାରିଖ ବେଳକୁ ତାପମାତ୍ରା ୨ରୁ ୩ଡିଗ୍ରୀ ବଢିବବୋଲି ପୂର୍ବାନୁମାନ କରାଯାଇଛି ।

ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଯୋଗୁଁ ତାପମାତ୍ରା ବୃଦ୍ଧି ପାଉଛି । ଘନ କୁହୁଡ଼ି ଆଶଙ୍କାରେ ରାଜ୍ୟର ୭ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟରେ ଘନ କୁହୁଡ଼ି ନେଇ ପୂର୍ବାନୁମାନ କରାଯାଇଛି ।

ବଗତ ୨୪ ଘଣ୍ଟାରେ ଭୁବନେଶ୍ୱର, ପାରାଦୀପ ଓ ପୁରୀରେ ଘନ କୁହୁଡ଼ି ପ୍ରକୋପ ଦେଖିବାକୁ ମିଳିଥିଲା । ମାଲକାନଗିରି ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୩୫.୨ଡିଗ୍ରୀ ରେକର୍ଡ କରାଯାଇଛି । ସର୍ବନିମ୍ନ ତାପମାତ୍ରା ଅନୁଗୁଳ ଜିଲ୍ଲାରେ ୧୦.୬ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି ।

Leave a Reply