ଆସନ୍ତା ୧୦ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମୀ, ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ୮ ତାରିଖରୁ ବର୍ଷା !

ଭୁବନେଶ୍ୱର: ଆସନ୍ତା ୧୦ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମୀ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । କେନ୍ଦ୍ରୀୟ ଆରବସାଗର, ଦକ୍ଷିଣ ପଶ୍ଚିମ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର କିଛି ସ୍ଥାନ ସମେତ ପୁଡୁଚେରୀ, ତାମିଲନାଡୁ ଆଦି ସ୍ଥାନରେ ମୈସୁମୀ ବାୟୁ ସକ୍ରୀୟ ହେଉଥିବାର ସୂଚନା ମିଳିଛି ।

ସେପଟେ  ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ପୂର୍ବରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ । ଫଳରେ ଜୁନ୍‌  ୮ ତାରିଖରୁ ରାଜ୍ୟର ଉତ୍ତର ଭାଗରେ ପ୍ରବଳ ବର୍ଷା ହେବ । ତେବେ ରାଜ୍ୟର କିଛି ସ୍ଥାନରେ ଆଜି କାଳ ବୈଶାଖୀ ବର୍ଷା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଗଞ୍ଜାମ, ଗଜପତି, ପୁରୀ, ନବରଙ୍ଗପୁର, କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ହେବବୋଲି ଆକଳନ କରାଯାଇଛି । କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାରେ ମଧ୍ୟ ସମ୍ଭାବନା ରହିଛି ।

Leave a Reply