spot_img

Latest Posts

ଶ୍ରାବଣ ମାସାର ପ୍ରଥମ ସୋମବାରରେ ଖାଁ ଖାଁ ଶୈବ ପୀଠ, ସୁଭୁନି କାଉଡ଼ିଆଙ୍କର ବୋଲମବ୍‌ ସ୍ୱର

ଭୁବନେଶ୍ୱର: ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ଆଜିର ଦିନରେ କାଉଡ଼ିଆଙ୍କ ଭିଡ଼ ପ୍ରତି ଶୈବ ପୀଠରେ ଦେଖିବାକୁ ମିଳିଥାଏ। କାନ୍ଧରେ ମାନସିକ ଜଳ ଭାର ନେଇ ମହାଦେବଙ୍କ ଉପରେ ଢ଼ାଳିଥାନ୍ତି କାଉଡ଼ିଆ। କିନ୍ତୁ କରୋନା କଟକଣା ଯୋଗୁଁ ପୁର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ କାଉଡ଼ିଆଙ୍କ ଉପରେ ରୋକ ଲଗାଯାଇଛି। ରାଜ୍ୟର ପ୍ରତିଟି ଶୈବ ପୀଠ କାଉଡ଼ିଆଙ୍କ ବିନା ଖାଁ ଖାଁ ହୋଇଛି। ମହାପ୍ରଭୁ ଲିଙ୍ଗରାଜ, ଆରଡ଼ି ପୀଠ ଭଳି ରାଜ୍ୟର ବଡ଼ ବଡ଼ ମନ୍ଦିରେ କାଉଡ଼ିଆଙ୍କ ଗହଳି ଦେଖିବାକୁ ମିଳିନାହିଁ। କରୋନା କଟକଣାକୁ ଦୃଷ୍ଟିରେରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବୋଲବମ୍‌କୁ ବାରଣ କରାଯାଇଛି।

କାଉଡ଼ିଆଙ୍କ ପାଇଁ ଏସ୍ଓପି ଜାରି କରିଛନ୍ତି ରାଜ୍ୟ ସରକାର। ଫଳରେ ଆଖଣ୍ଡଳମଣିଙ୍କ ନିକଟରେ ଚଳିତ ବର୍ଷ କାଉଡ଼ିଆଙ୍କ ଜଳଲାଗି କରାଯାଇନାହିଁ। ରୀତିନୀତି ଅନୁଯାୟୀ ବାବାଙ୍କ ସମସ୍ତ କାର୍ଯ୍ୟ ସମାପନ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ବେଳେ ପୀଠରେ ପୋଲିସ ମୁତୟନ ରହିଛନ୍ତି। ବାବାଙ୍କର ସମସ୍ତ ଶ୍ରାବଣ ନୀତିକାନ୍ତି କିପରି ସୂଚାର ରୂପେ ସମାପନ ହେବ ସେଥିପାଇଁ ସେବାୟତଙ୍କ ସହଯୋଗ କାମନା କରିଛନ୍ତି ଭଦ୍ରକ ଉପ ଜିଲାପାଳ ଓ ମନ୍ଦିରଟ୍ରଷ୍ଟି। ତାହାସହ ପୀଠରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବା ସହିତ ନଦୀଘାଟ ଓ ପୁଷ୍କରିଣୀରେ ଯେପରି କୌଣସି ଭକ୍ତଜଳ ନ ଉଠାଇବେ ସେଥିପ୍ରତି କଡା ନଜର ରଖିବାକୁ ଜିଲାପାଳ ଜ୍ଞାନ ଦାସ ନିର୍ଦ୍ଦେଶ ଦେଇଛନ୍ତି।

Latest Posts

Don't Miss