spot_img

Latest Posts

ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ବିଜେଡି ସଦସ୍ୟଙ୍କ ଗୃହରେ ହୋହଲ୍ଲା

ଭୁବନେଶ୍ୱର: ବିଧାନସଭାରେ ଥମୁନି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କରିବା ପ୍ରସଙ୍ଗ। ସ୍ୱାଭାବିକ ହେଉନି ଗୃହ। ଆଜିବି ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ ହୋଇଛି। ଫଳରେ ଗୃହକୁ ଦିନ ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତ୍ତି। ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ଅଚଳାବସ୍ଥା ଜାରିରହିଛି। ଆଜି ଗୃହ ଆରମ୍ଭରୁ ଶାସକ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗରେ ହୋହଲ୍ଲା କରିଥିଲେ।

ଗୃହରେ ଆତ୍ମହତ୍ୟା ଉଦ୍ୟମ କରିଥିବାରୁ ବିଧାୟକ କ୍ଷମା ମାଗନ୍ତୁ ବୋଲି ଜିଦରେ ଅଟଳ ଅଛନ୍ତି ବିଜେଡି ଓ କଂଗ୍ରେସ। ବିରୋଧୀ ବିଜେପି ଓ କଂଗ୍ରେସ ଧାନମଣ୍ଡି ସମସ୍ୟା ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ତେବେ ଆଜି ଗୃହରେ ନଦୀ ଓ ଭୂତଳ ଜଳସ୍ତର ହ୍ରାସ ଯୋଗୁଁ ରାଜ୍ୟରେ ଉତ୍କଟ ଜଳଭାବ ସମସ୍ୟା ଉପରେ ଆଲୋଚନା ହେବାର ରହିଛି। ଏନେଇ ମୁଲତବି ପ୍ରସ୍ତାବ ଦେଇଛି କଂଗ୍ରେସ। ଏହି ପ୍ରସଙ୍ଗରେ ଗୃହରେ ଉତ୍ତର ରଖିବେ ଜଳସଂପଦ ମନ୍ତ୍ରୀ। ଇସ୍ପାତ, ଖଣି ଓ ଶିଳ୍ପ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ରହିଛି ।

Latest Posts

Don't Miss