ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା… ରାଜରାଜେଶ୍ୱରୀ ବେଶରେ ସଜେଇ ହେବେ ମହାପ୍ରଭୁ

ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଦିନରେ ସୁନାବେଶ ବା ରାଜରାଜେଶ୍ୱରୀ ବେଶରେ ସଜେଇ ହେବେ ମହାପ୍ରଭୁ । କୋଭିଡ କଟକଣାକୁ ନଜରରେ ରଖି ବ୍ୟାପକ ବନ୍ଦୋବସ୍ତ କରିଛି ଜିଲ୍ଲା ପ୍ରଶାସନ । ଭକ୍ତ ଓ ଶ୍ରଦ୍ଧାଳୁ ମାନେ ପତିତପାବନଙ୍କୁ ଦର୍ଶନ ନେଇ ସମସ୍ଥ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ଗହଳିକୁ ନଜରରେ ରଖି ୧୫ ପ୍ଲାଟୁନ ପୋଲିସ, ୫୦ରୁ ଉର୍ଦ୍ଧ ଅଫିସର, ୭ ଜଣ ଆଡିସନାଲ ଏସପି ନିୟୋଜିତ ହୋଇଛନ୍ତି । ତେବେ ସମୁଦ୍ର କୂଳରେ ଡ଼ଙ୍ଗା ଭସା ଉପରେ ଏଥର କଟକଣା ଲଗାଯାଇଛି ।

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ଦୁର୍ଲଭ ହରଗୌରୀ ବେଶରେ ସଜ୍ଜିତ ହେବେ ବାବା ଆଖଣ୍ଡଳମଣି । ଏଥିପାଇଁ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ପ୍ରଥମେ ଦ୍ବାରଫିଟା ପରେ ମଙ୍ଗଳଆଳତୀ, ମହାସ୍ନାନ, ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ ହେବ ଏବଂ ଏହା ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲି ବାଲ୍ୟଭୋଗ ଲାଗି କରାଯିବ ।

କରୋନା ପାଇଁ ପୀଠରେ କଟକଣା ଲଗାଯିବା ସହ ୧୪୪ଧାରା ଜାରି କରାଯାଇଛି । ଭକ୍ତଙ୍କୁ ପୁଷ୍କରିଣୀରେ ବୁଡ ପକାଇବା ପାଇଁ ବାରଣ କରାଯାଇଛି । କୋଭିଡ କଟକଣା ଯୋଗୁ ଚଳିତବର୍ଷ ବାବାଙ୍କର ଏହି ବେଶ ଟିଭି ମାଧ୍ୟମରେ ଦର୍ଶନ କରିପାରିବେ ଭକ୍ତ । ବର୍ଷକରେ ଥରେମାତ୍ର ବାବାଙ୍କର ଏହି ଦୁର୍ଲବ ହରଗୌରୀ ବେଶ ହୋଇଥାଏ ।

Leave a Reply