spot_img

Latest Posts

ଏହି ରାଶିର ଲୋକେ ଆଜି ପାଇପାରନ୍ତି ଶୁଭ ଖବର… ଜାଣନ୍ତୁ

ଆଜିର ପଞ୍ଚାଙ୍ଗ

ଜୁନ୍‌ ୧୩ ମସିହା, ଶନିବାର

୧୪୨୭ ସାଲ୍‌, ୧୯୪୨ ଶକାବ୍ଦ, ୨୦୮୮ ସମ୍ବତ୍‌,

ଆଷାଢ କୃଷ୍ଣପକ୍ଷ ,ଅଷ୍ଟମୀ ତିଥି, ବୃଷ ୩୧ ଦିନ

କୁମ୍ଭ ରାଶିରେ ଚନ୍ଦ୍ର ରହିବେ

ପୂର୍ବଭାଦ୍ରପଦ ନକ୍ଷତ୍ର

ଘାତଚନ୍ଦ୍ର – ମିଥୁନ, ମୀନ ରାଶିର

ଘାତବାର- ବୃଷ,ସିଂହ,କନ୍ୟା ରାଶିର

ଯୋଗିନୀ ରହିବେ ଐଶାନ୍ୟ କୋଣରେ

ଆଜି ଐଶାନ୍ୟ କୋଣକୁ ଯାତ୍ରା ନିଷେଧ

ଶୁଭ ସମୟ

ଦିନ ୧୨ ଟା ୧୫ ମିନିଟ୍‌ ଠାରୁ ଦିନ ୪ଟା ୪୫ ମିନିଟ୍‌ ପର୍ଯ୍ୟନ୍ତ

ଅଶୁଭ ସମୟ

ଦିନ ୯ ଟା ଠାରୁ ଦିନ ୧୦ ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ

ମେଷ ରାଶି

ଅଶ୍ୱିନୀ – ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ କଷ୍ଟ ପାଇପାରନ୍ତି

ଦ୍ୱିଜା- ପୂର୍ବରୁ ରହିଥିବା ଖରାପ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ

କୃତ୍ତିକା- ଅପେକ୍ଷା ରହିଥିବା କାମ ସଂପର୍କରେ ଶୁଭ ସୂଚନା ମିଳିବ

ହନୁମାନ ଚାଳିଶା ପାଠ କରନ୍ତୁ

ବୃଷ ରାଶି

କୃତ୍ତିକା – ଅଫିସ୍‌ରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି

ରୋହିଣୀ- ପଦମର୍ଯାଦା ବୃଦ୍ଧି ପାଇବ,ପ୍ରିୟ କଥା କହି କାର୍ଯ୍ୟ ହାସଲ କରିବେ

ମଗଶିରା- ଭଲ କଥା କହିଲେ ଅନ୍ୟମାନେ ଆପଣଙ୍କୁ ଭୁଲ୍‌ ବୁଝିବେ

ଅରୁଆ ଚାଉଳ କିଛି ଘରର ମୁଖ୍ୟଦ୍ଵାର ନିକଟରେ ରଖନ୍ତୁ

ମିଥୁନ ରାଶି

ମୃଗଶିରା- ଅତ୍ୟଧିକ ଭାବପ୍ରବଣତା ଯୋଗୁଁ ମନ ଦୁର୍ବଳ ରହିବ

ଆର୍ଦ୍ରା- ପରୋପକାର କାର୍ଯ୍ୟ କରି ପ୍ରଶଂସିତ ହେବେ

ପୁନର୍ବସୁ- ସାଂଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ

କିଛି ଗୁଜୁରାତି ନିଜ ପାଖରେ ରଖନ୍ତୁ,ମନୋବଳ ବଢିବ

କର୍କଟ ରାଶି

ପୁନର୍ବସୁ – ଧୈର୍ଯ୍ୟହରା ନ ହରାଇ ପରିସ୍ଥିତିକୁ ମୁକାବିଲା କରନ୍ତୁ

ପୁଷ୍ୟା- ଅଟକି ରହିଥିବା କାମକୁ ପୁରା କରିବା ପାଇଁ ଦୃଢ ନିଷ୍ପତ୍ତି ନିଅନ୍ତୁ

ଅଶ୍ଳେଷା- ହଠାତ୍‌ କୈାଣସି ସୂଚନା ପାଇଁ ଖୁସି ରହିବେ

ଲୁଣ,ଚିନି,ମିଶ୍ରିତ ଜଳ ପାନ କରି ଘରୁ ବାହାରିବେ

ସିଂହ ରାଶି

ମଘା – ଆକସ୍ମିକ ଭାବରେ ଧନହାନୀ ହୋଇପାରେ

ପୂର୍ବା ଫାଲଗୁନି- ନିଜ କାର୍ଯ୍ୟକୁ ନେଇ ଖୁସିରେ ରହିବେ,କିଛି ଶୁଭ ଖବର ପାଇପାରନ୍ତି

ଉତ୍ତରାଫାଲଗୁନି- ଆତ୍ମବିଶ୍ୱାସ ଯୋଗୁଁ ସବୁ କାମରେ ସଫଳତା ପାଇବେ

ଧନିଆ ପତ୍ର ଆଜି ଖାଦ୍ୟରେ ବ୍ୟବହାର କରନ୍ତୁ

କନ୍ୟା ରାଶି

ଉତ୍ତରଫାଲଗୁନି – ଉତ୍ତମ ବ୍ୟବହାର ଦ୍ଵାରା କାର୍ଯ୍ୟ ହାସଲ କରିବେ

ହସ୍ତା- ଚେଷ୍ଟା କରୁଥିବା କାଯ୍ୟରେ ସଫଳତା ପାଇବେ

ଚିତ୍ରା- ନିଜ ଅବହେଳାରୁ କେତେକ ସୁଯୋଗ ହାତଛଡା କରିପାରନ୍ତି

ଗାୟତ୍ରୀ ମନ୍ତ୍ର ୨୧ ଥର ପାଠ କରନ୍ତୁ

ତୁଳା ରାଶି

ଚିତ୍ରା -କାର୍ଯ୍ୟକ୍ଷେତ୍ରରେ ପ୍ରତିବନ୍ଧକକୁ ନେଇ ଚିନ୍ତାରେ ପଡିବେ

ସ୍ୱାତୀ- ଲଭ୍‌ ଲାଇଫ୍‌କୁ ନେଇ ଖୁସିରେ ରହିବେ

ବିଶାଖା- ସମାଜରେ ନିଜର କାର୍ଯ୍ୟ ପାଇଁ ପ୍ରତିଷ୍ଠା ବଢିବ

ପକ୍ଷୀମାନଙ୍କୁ ବୁଟ ଡାଲି ଖାଇବାକୁ ଦିଅନ୍ତୁ

ବିଛା ରାଶି

ବିଶାଖା – ଘରୋଇ କଳହକୁ ନେଇ ପରିବାରରେ ଅଶାନ୍ତି ବଢିବ

ଅନୁରାଧା- ନିଜର ଉତ୍ତମ ବ୍ୟବହାର ଦ୍ଵାରା କାର୍ଯ୍ୟ ହାସଲ କରିନେବେ

ଜ୍ୟେଷ୍ଠା- ଆର୍ଥିକସ୍ଥିତିରେ ସୁଧାର ଆସିବ,ମାନସିକ ଚାପରୁ ମୁକ୍ତି ପାଇବେ

ମହୁ,ଗୁଡ ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ

ଧନୁ ରାଶି

ମୂଳା- ଅପ୍ରିୟ ସତ କଥାକହି ଅନ୍ୟର ବିରୋଧି ହୋଇପାରନ୍ତି

ପୂର୍ବାଷାଢା- ଜୀବନସାଥିଙ୍କ ପରାମର୍ଶ ନେଇ କାର୍ଯ୍ୟ ଆରମ୍ଭ କରନ୍ତୁ

ଉତ୍ତରାଷାଢା- ମନ ଓ ଦେହ ଭଲ ରହିବ

ଖଣ୍ଡ ହଳଦୀ ନିଜ ପାଖରେ ରଖନ୍ତୁ

ମକର ରାଶି

ଉତ୍ତରାଷାଢା- ଅଟକି ଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ, ଭାଗ୍ୟ ସପକ୍ଷରେ ରହିବ

ଶ୍ରବଣା-  ଆକସ୍ମିକ ଭାବରେ ଖୁସି ଖବର ପାଇବେ,କର୍ମକ୍ଷେତ୍ରରେ ପରିବର୍ତ୍ତନ ହେବ

ଧନିଷ୍ଠା- ଜିଦଖୋର ମନୋବତ୍ତି ପାଇଁ ହଇରାଣ ହୋଇପାରନ୍ତି

ଓଁ ନମଃ ଶିବାୟ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା- ନିଜ ଲୋକଙ୍କ ସହ ମତପାର୍ଥକ୍ୟ ହୋଇପାରେ

ଶତଭିଷା- ନିଜ କର୍ମ ଓ ପରିବାରକୁ ନେଇ ଖୁସି ରହିବେ

ପୂର୍ବଭାଦ୍ରପଦ- ଗୁରୁଜନଙ୍କର ଆର୍ଶିବାଦ୍ ଯୋଗୁଁ ଦିନଟି ଭଲରେ କଟିବ

ବ୍ରାହ୍ମଣଙ୍କୁ ଫଳ ଦାନ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ରପଦ- ବନ୍ଧୁଙ୍କ ଛଳନାପୂର୍ଣ୍ଣ ବ୍ୟବହାର କଷ୍ଟ ଦେଇପାରେ

ଉତ୍ତରଭାଦ୍ରପଦ- ପରିବାର ସହିତ ସମୟ କାଟିବେ

ରେବତୀ- ମନରେ ଉତ୍ସାହ ରହିବା ଦ୍ଵାରା ପୁରା ଦିନ ଭଲରେ କଟିବ

ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ

 

ଜ୍ୟୋତିର୍ବିଦ୍‌ ଡ.ଶ୍ୟାମସୁନ୍ଦର ବାଘ

ଯୋଗାଯୋଗ- ୯୯୩୮୫୭୧୯୩୫ 

Latest Posts

Don't Miss