ବ୍ୟବସାୟରେ ଲାଭ ରହିବ… ଦୂରଯାତ୍ରା ସ୍ଥଗିତ ରଖନ୍ତୁ, ସମୟ ଭଲ ନାହିଁ

1 min read

ମେଷ

ଅଶ୍ୱିନୀ ମେଷ- କିଛି ଆକସ୍ମିକ ଦୁର୍ଘଟଣା ଆପଣଙ୍କୁ ବିଚଳିତ କରିପାରେ ।

ଦ୍ୱିଜା ମେଷ- ସମସ୍ତ କାର୍ଯ୍ୟରେ ସଫଳତା ପାଇବେ ।

କୃତ୍ତିକା ମେଷ- ସାଂଗଠନିକ କାର୍ଯ୍ୟରେ ଲୋକ ସଂପର୍କ ବୃଦ୍ଧି ପାଇବ ।

ନିଜ ମାଆ ଙ୍କ ହାତରୁ ୧ ଗ୍ଲାସ୍ ପାଣି ପିଇ କାର୍ଯ୍ୟ ଆରମ୍ଭ କରନ୍ତୁ ।

ବୃଷ

କୃତ୍ତିକା ବୃଷ- ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭ ଯୋଗ ରହିଛି ।

ରୋହିଣୀ- ଅନେକ ଦିନର ଆଶା ପୂରଣ ହେବ ।

ମୃଗଶିରା-ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ ।

ବୁଲା କୁକୁରକୁ କିଛି ଖାଦ୍ୟ ଦାନ କରନ୍ତୁ ।

ମିଥୁନ

ମୃଗଶିରା ମିଥୁନ- ଆଳସ୍ୟ ପରିତ୍ୟାଗ କରନ୍ତୁ, ଶୁଭ ରହିବ ।

ଆଦ୍ରା ମିଥୁନ- ଆର୍ଥିକ କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ହେବ ।

ପୁର୍ନବସୁ- ବିବାଦୀୟ କାର୍ଯ୍ୟରେ ବିଜୟୀ ହେବେ ।

ଗୌରବର୍ଣ୍ଣ ବ୍ରାହ୍ମଣଙ୍କ ଆଶୀର୍ବାଦ ନିଅନ୍ତୁ, କିଛି ଫଳ ମଧ୍ୟ ଦାନ କରନ୍ତୁ ।

କର୍କଟ

ପୁର୍ନବସୁ- ସବୁ ଦିଗରୁ ଦିନଟି ମଙ୍ଗଳମୟ ରହିବ ।

ପୂଷ୍ୟା- ନିଜର ସ୍ୱାର୍ଥ ତ୍ୟାଗ ଆପଣଙ୍କ ପାଇଁ ଶୁଭଙ୍କର ହେବ ।

ଅଶ୍ଲେଷା- କିଛି ମହତ୍ତ୍ୱ କାର୍ଯ୍ୟରେ ସମୟ କାଟିବେ ।

କିଛି ପାନମଧୁରୀ ନିଜ ପାଖରେ ରଖନ୍ତୁ ।

ସିଂହ

ମଘା ସିଂହ- ପରିବାର ସହିତ ଖୁସିରେ ଦିନଟି କଟିବ, ବ୍ୟବସାୟରେ ଲାଭ ରହିବ ।

ପୂର୍ବା ଫାଲଗୁନି- ସନ୍ତାନମାନଙ୍କ ସଫଳତାକୁ ନେଇ ସୁସମ୍ବାଦ ମିଳିବ ।

ଉତ୍ତରା ଫାଲ୍‌ଗୁନି- ନିଜର ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଛି, ସତର୍କ ରୁହନ୍ତୁ ।

କିଛି ମିଶ୍ରି ଖାଇ ଜଳପାନ କରି କାର୍ଯ୍ୟ ଆରମ୍ଭ କରନ୍ତୁ ।

କନ୍ୟା

ଉତ୍ତରା ଫାଲଗୁନି- କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ ।

ହସ୍ତା କନ୍ୟା- ସମସ୍ତ କାର୍ଯ୍ୟରେ ସଫଳତାର ସୁଯୋଗ ରହିଛି ।

ଚିତ୍ରା କନ୍ୟା- ଅନେକ ଦିନର ଆଶା ପୂରଣ ହେବ ।

କିଛି ଖାଦ୍ୟ ପଦାର୍ଥ ଅସହାୟ ଗରିବ ଲୋକଙ୍କୁ ଦାନ କରନ୍ତୁ ।

ତୁଳା

ଚିତ୍ରା ତୁଳା- କୌଣସି ବିଶ୍ୱସ୍ତ ବ୍ୟକ୍ତି ଆପଣଙ୍କୁ ଧୋକା ଦେଇପାରନ୍ତି ।

ସ୍ୱାତୀ ତୁଳା- ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାଗ୍ୟରେ ସହାୟକ ହେବ ।

ବିଶାଖା ତୁଳା- ବିଶେଷ ସୂତ୍ରରୁ ଅର୍ଥ ପ୍ରାପ୍ତିର ଯୋଗ ରହିଛି ।

କୌଣସି ଗରିବ ବ୍ୟକ୍ତିକୁ ଆଜି କ୍ଷୀର ଦାନ କରନ୍ତୁ ।

ବିଛା

ବିଶାଖା- ନିଜ ବୁଦ୍ଧିରେ ହିଁ ଆପଣଙ୍କ ଭାଗ୍ୟକୁ ପରିବର୍ତ୍ତନ କରିପାରେ ।

ଅନୁରାଧା- କାହାକୁ ଟଙ୍କା ଉଧାର ଦିଅନ୍ତୁ ନାହିଁ ।

ଜ୍ୟେଷ୍ଠା- ଅନେକ ଦିନର ସ୍ୱପ୍ନ ପୂରଣ ହେବାର ଯୋଗ ରହିଛି ।

ମହାଦେବଙ୍କୁ ହଳଦୀ ଅର୍ପଣ କରନ୍ତୁ ।

ଧନୁ

ମୂଳା- ଆକସ୍ମିକ ଭାବରେ ଅର୍ଥପ୍ରାପ୍ତିର ଯୋଗ ରହିଛି ।

ପୂର୍ବାଷାଢା- ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ ।

ଉତ୍ତରାଷାଢା-ଗାଡ଼ି ଚଳାଇବା ବେଳେ ସତର୍କ ରୁହନ୍ତୁ ।

ହନୁମାନ ଚାଳିଶା ପାଠ କରି କାର୍ଯ୍ୟ ଆରମ୍ଭ କରନ୍ତୁ ।

ମକର

ଉତ୍ତରାଷାଢା- କିଛି ଅପ୍ରୀତିକର ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିପାରେ ।

ଶ୍ରବଣା- କାର୍ଯ୍ୟ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ ।

ଧନିଷ୍ଠା- ଧାର୍ମିକ କାର୍ଯ୍ୟରେ ସମୟ କାଟିବେ, ଶରୀର ସୁସ୍ଥ ରହିବ ।

ହନୁମାନ ଭଗବାନଙ୍କୁ ତୁଳସୀ ଅର୍ପଣ କରନ୍ତୁ ।

କୁମ୍ଭ

ଧନିଷ୍ଠା- ଦୂରଯାତ୍ରା ସ୍ଥଗିତ ରଖନ୍ତୁ, ସମୟ ଭଲ ନାହିଁ ।

ଶତଭିଷା- ଗୁରୁଜନଙ୍କର କଥାକୁ ମାନି ଚଳିଲେ ଶୁଭଙ୍କର ହେବ ।

ପୂର୍ବଭାଦ୍ରପଦ- ଆଶା ରଖୁଥିବା ଦିଗରୁ ଅର୍ଥ ମିଳିପାରେ ।

ମା’ ତାରିଣୀଙ୍କ ପାଖକୁ ଗୋଟିଏ ନଡ଼ିଆ ପଠାନ୍ତୁ ।

ମୀନ

ପୂର୍ବଭାଦ୍ରପଦ- ରାଗରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ।

ଉତ୍ତରଭାଦ୍ର- ନିଜ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ ।

ରେବତୀ- ବ୍ୟବସାୟରେ ଲାଭ ଓ ପାରିବାରିକ ଶାନ୍ତି ପାଇବେ ।

କୌଣସି ବ୍ୟକ୍ତିଙ୍କୁ କିଛି ଜଳ ଦାନ କରନ୍ତୁ ।

ଜ୍ୟୋତିର୍ବିଦ ଶ୍ୟାମ ସୁନ୍ଦର ବାଗ୍‌

Leave a Reply