ଆଜି ଘୋଷଣା ହେବ ଯୁକ୍ତ ଦୁଇ ରେଜଲ୍ଟ ତାରିଖ

ଭୁବନେଶ୍ୱର: ଆଜି ଘୋଷଣା ହେବ ଯୁକ୍ତ ଦୁଇ ରେଜଲ୍ଟ ତାରିଖ । ଏନେଇ ପୂର୍ବରୁ ସୂଚନା ଦେଇଥିଲା ସିଏଚଏସଇ । ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ଫଳ ଓ ପରେ କଳା ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇବ । ସବୁ ଠିକ୍ ରହିଲେ ୩୦ କିମ୍ବା ୩୧ରେ ପ୍ରକାଶ ପାଇବ ବିଜ୍ଞାନ ଓ ବାଣିଜ୍ୟ ଫଳ । ସେହିପରି ୮ ଜୁନ ସୁଦ୍ଧା ପ୍ରକାଶ ପାଇପାରେ କଳା ଓ ଧନ୍ଦାମୂଳକ ଫଳାଫଳ । ଆଜି ଫଳ ପ୍ରକାଶ ନେଇ ତାରିଖ ଘୋଷଣା କରାଯିବ ବୋଲି ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ଦେଇଥିଲେ ।

ଚଳିତବର୍ଷ ମୋଟ ୩ ଲକ୍ଷ ୫୭ ହଜାର ୯୪୨ ଛାତ୍ରଛାତ୍ରୀ ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଛନ୍ତି । ଏଥିରେ ୧ ଲକ୍ଷ ୭୩ ହଜାର ୫୩୪ ଜଣ ଛାତ୍ର ଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ୧ ଲକ୍ଷ ୮୪ ହଜାର ୪୦୮ । କଳାରେ ୨ ଲକ୍ଷ ୧୮ ହଜାର ୪୪୦ ଛାତ୍ରଛାତ୍ରୀ, ବିଜ୍ଞାନରେ ୯୧ ହଜାର ୪୫୭, ବାଣିଜ୍ୟରେ ୨୩ ହଜାର ୧୯୩ ଜଣ ପିଲା ପରୀକ୍ଷା ଦେଇଛନ୍ତି ।