ନିସ୍ତାର ନାହିଁ ଆଗକୁ କଲବଲ କରିବ ଖରା
ଭୁବନେଶ୍ୱର: ଥଣ୍ଡା କମିବା ସହ ବଢ଼ିବାରେ ଲାଗିଛି ତାପମାତ୍ରା । ମାର୍ଚ୍ଚରୁ ଆଉ ନିସ୍ତାର ନାହିଁ । ବଢିବ ତାପମାତ୍ରା । ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାମାସଠାରୁ ତାପମାତ୍ରା ବୃଦ୍ଧି ପାଇବ । ମେ‘ ମାସ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବ । ତା‘ ପରଠୁ ତାତି ଆହୁରି ବୃଦ୍ଧି ପାଇପାରେ ।
ଉତ୍ତର ପଶ୍ଚିମ ଭାରତରେ ଶୂନ ଦଶମିକ ୫ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବ ବୋଲି ଅନୁମାନ କରାଯାଉଛି । ଏଥିସହ ଦେଶର ଅନ୍ୟ ଅଞ୍ଚଳରେ ୧ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ।
ଫେବ୍ରୁଆରୀର ତାପମାତ୍ରା ଦେଖି ପାଣିପାଗ ବିଭାଗ ଆଗାମୀ ମାସର ତାପମାତ୍ରା ଅନୁମାନ କରିଛି । ତେବେ ଚଳିତବର୍ଷ ଫେବ୍ରୁଆରୀ ମାସରେ ତାପମାତ୍ରା କମ ରହିଛି ।