ଆଜି ନୟାଗଡ଼ର ବହୁ ଚର୍ଚ୍ଚିତ ମାତା ବୈଷ୍ଣୋଦେବୀଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

ନନ୍ଦିଘୋଷ ବ୍ୟୁରୋ: ଆଜି ନୟାଗଡ଼ର ବହୁ ଚର୍ଚ୍ଚିତ ମାତା ବୈଷ୍ଣୋଦେବୀଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ସଜେଇ ହୋଇଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ମଗରବନ୍ଧ ପଞ୍ଚାୟତର ଜାମୁକଣ ପାହାଡ଼ । ଆଜି ବିରାଜମାନ କରିବେ ମାତା ବୈଷ୍ଣାେଦେବୀ । ଗୁମ୍ଫା ଭିତରେ ରହିଛି ମା’ଙ୍କ ଆସ୍ଥାନ । ପ୍ରାକୃତିକ ପରିବେଶ ଘଞ୍ଚ ଜଙ୍ଗଲ ଭରା ପାହାଡ଼ ଶୀର୍ଷରେ ୧୮୦ ଫୁଟର ଗୁମ୍ଫା ଭିତରେ ବିରାଜମାନ କରିବେ ମା’ ବୈଷ୍ଣୋଦେବୀ । ମା’ଙ୍କ ପ୍ରତିମୂର୍ତ୍ତିର ଓଜନ ୧୮ କୁଇଣ୍ଟାଲ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ  । ପ୍ରାୟ ୨ ଶହ କାରିଗରଙ୍କୁ ନେଇ ଏହି ମନ୍ଦିର ନିର୍ମାଣ ହୋଇଥିଲା  । ବହୁ ସାଧୁସନ୍ଥଙ୍କ ଉପସ୍ଥିତିରେ ମହାଆଡ଼ମ୍ବରରେ ମା’ ଜଗତଜନନୀଙ୍କ ବିଗ୍ରହ ସ୍ଥାପନ ପାଇଁ ୨୯ ତାରିଖରୁ ଚାଲିଛି ହୋମଯଜ୍ଞ, ନାମ ସଂକୀର୍ତ୍ତନ । ମାଆଙ୍କ ପ୍ରତିଷ୍ଠା ଉତ୍ସବ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ଏଥିପାଇଁ ବ୍ୟାପକ ବ୍ୟବସ୍ଥାକୁ କଡ଼ାକଡ଼ା କରାଯାଇଛି ।