ସତ ହେବାକୁ ଯାଉଛି ଦୀର୍ଘଦିନର ଅପେକ୍ଷା, ଆଜି ଭୁବନେଶ୍ୱରରୁ ପରୀକ୍ଷାମୂଳକ ଭାବେ ଜୟପୁରକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ପରୀକ୍ଷାମୂଳକ ଭାବେ ଜୟପୁରକୁ ଉଡ଼ିବ ବିମାନ । ଭୁବନେଶ୍ୱରରୁ ସକାଳ ୧୦ଟା ସମୟରେ ଉଡ଼ାଣ ଆରମ୍ଭ କରି ୧୧ଟା ୩୫ରେ ଜୟପୁର ବିମାନ ବନ୍ଦରରେ ପହଞ୍ଚିବ । ପୁଣି ୧୨ଟାରେ ଜୟପୁରରୁ ଉଡ଼ି ଭୁବନେଶ୍ବରରେ ୧ଟା ୫୫ ମିନିଟରେ ପହଂଚିବା ପାଇଁ ସମୟ ସ୍ଥିର କରାଯାଇଛି । ଗତ କିଛି ଦିନ ତଳେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଏକ ଟିମ୍ ଆସି ଜୟପୁର ବିମାନ ବନ୍ଦରର ସମସ୍ତ ଭିତ୍ତିଭୂମି ଯାଞ୍ଚ କରି ଫେରିଥିଲେ । ଜୟପୁର ବିମାନବନ୍ଦରର ସମସ୍ତ ଭିତ୍ତିଭୂମିର ବିକାଶ ଲାଗି ରାଜ୍ୟ ସରକାର ଅଧିକ ପ୍ରାଥମିକତା ଦେଇଛନ୍ତି ।