ନୂଆ ରୂପରେ ଝଲସୁଛି ହାଇସ୍କୁଲ, ଆଜି ୫୩୧ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ବପ୍ନ । ଜୀବନରେ କିଛି ବଡ଼ କରିବାର ସ୍ବପ୍ନ । ପିଲାମାନଙ୍କ ଏ ସ୍ବପ୍ନରେ ଡେଣା ଯୋଡ଼ିପାରିଛି ସ୍କୁଲ ରୂପାନ୍ତର । ନୂଆରୂପରେ ଝଲସୁଛି ସରକାରୀ ହାଇସ୍କୁଲ । ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟରେ ଜାରି ରହିଛି 5-T ସ୍କୁଲ ରୂପାନ୍ତରଣର କାର୍ଯ୍ୟ । ଏହି କ୍ରମରେ ଆଜି ୫ଟି ଜିଲ୍ଲାରେ ରୂପାନ୍ତରିତ ସ୍କୁଲ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଢେଙ୍କାନାଳ, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର ଓ ଅନୁଗୁଳ ଜିଲ୍ଲାରେ ୫୩୧ଟି ରୂପାନ୍ତରିତ ବିଦ୍ୟାଳୟର ଲୋକାର୍ପଣ କରାଯିବ ।

ଆଜି ଅପରାହ୍ମ ସାଢ଼େ ୫ଟାରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ଏସବୁକୁ ଉତ୍ସର୍ଗ କରିବେ ମୁଖ୍ୟମନ୍ତ୍ରୀ । ଗଞ୍ଜାମ ଜିଲ୍ଲାର ୨୩୦ଟି ସ୍କୁଲ ସହିତ ଢେଙ୍କାନାଳର ୧୦୫, କନ୍ଧମାଳର ଓ ନବରଙ୍ଗପୁରର ୭୩ଟି ଲେଖାଏଁ ରୂପାନ୍ତରିତ ସ୍କୁଲ ଲୋକାର୍ପଣ କରାଯିବ । ସେହିପରି ଅନୁଗୁଳ ଜିଲ୍ଲାର ୫୦ଟି ରୂପାନ୍ତରିତ ବିଦ୍ୟାଳୟକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।