ଆଜି ପବିତ୍ର ଶାମ୍ବ ଦଶମୀ, କୋଣାର୍କ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ଼

ନନ୍ଦିଘୋଷ ବ୍ୟୁରୋ: ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ। ନିଜ ପରିବାରକୁ ନିରୋଗ ରଖିବାକୁ ଆଜି ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯାଇଥାଏ। ପ୍ରାତଃ, ମଧ୍ୟାହ୍ନ ଓ ଅପରାହ୍ନରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିଯାଏ। ଶାମ୍ବ ଦଶମୀ ଅବସରରେ ଗାୟତ୍ରୀ ପରିବାର ପକ୍ଷରୁ କୋଣାର୍କ ଚନ୍ଦ୍ରଭାଗାରେ ସୂର୍ଯ୍ୟ ଆଳତି କରାଯାଇଛି। ଏହା ସହିତ ଅନନ୍ତ ଅବଧୂତ ମଠଠାରୁ ଚନ୍ଦ୍ରଭଗା ପର୍ଯ୍ୟନ୍ତ ସୂର୍ଯ୍ୟ ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ସୂର୍ଯ୍ୟରଥ 27 ଦିନ ପର୍ଯ୍ୟନ୍ତ  ଚନ୍ଦ୍ରଭାଗାରେ ରହି ମାଘ ସପ୍ତମୀରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥାଏ । ପୌରାଣିକ ମତ ଅନୁସାରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଶାପ ଜନିତ ବ୍ୟାଧିରୁ ମୁକ୍ତି ପାଇଁ ଆଜିର ଦିନରେ ଚନ୍ଦ୍ରଭାଗା ନଦୀରେ ସ୍ନାନ କରି ସୂର୍ଯ୍ୟଙ୍କ ଆଶୀର୍ବାଦରୁ ବ୍ୟାଧି ମୁକ୍ତ ହୋଇଥିଲେ । ଶାମ୍ବ ହିଁ ପ୍ରଥମେ ସୂର୍ଯ୍ୟନାରାୟଣଙ୍କ ବିଗ୍ରହ ପୂଜା ଆରମ୍ଭ କରି ସୂର୍ଯ୍ୟ ରଥ ଯାତ୍ରା ଆରମ୍ଭ କରିଥିଲେ। ଗାୟତ୍ରୀ ପରିବାର ତରଫରୁ ଆଜି ପବିତ୍ର ଶାମ୍ବ ଦଶମୀରେ ଚନ୍ଦ୍ରଭାଗାରେ ସୂର୍ଯ୍ୟନାରାୟଣ ଙ୍କୁ ପୂଜା କରିଛନ୍ତି ।