ଆରମ୍ଭ ହେଲା ପ୍ରେମ ସପ୍ତାହ, ଆଜି ରୋଜ୍ ଡେ’, ଜାଣନ୍ତୁ କାହାକୁ ଦେବେ କେଉଁ ଗୋଲାପ

ନନ୍ଦିଘୋଷ ବ୍ୟୁରୋ: ଆରମ୍ଭ ହୋଇଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ ଓ୍ବିକ୍ । ଫେବୃଆରୀ ୭ରୁ ଆରମ୍ଭ ହୋଇ ୧୪ ତାରିଖ ଯାଏ ଏହି ପ୍ରେମ ସପ୍ତାହକୁ ପାଳନ କରିବେ ପ୍ରେମୀଯୁଗଳ । ନିଜର ପ୍ରେମକୁ ପ୍ରକାଶ ପାଇଁ ପ୍ରଥମ ଦିବସକୁ ରୋଜ ଡେ’ ଭାବେ ପାଳନ କରାଯାଏ । ତେବେ ଏହି ଦିନକୁ କାହିଁକି ପାଳନ କରାଯାଏ । ଏବଂ ଏହି ଦିନକୁ ପାଳନ କରିବା ପଛରେ ରହିଛି ଏକ ଇତିହାସ । କେବଳ ପ୍ରେମିକାଙ୍କୁ କିମ୍ବା ପ୍ରେମିକକୁ ଗୋଲାପ ଦିଆଯାଏ ନାହିଁ । ଗୋଲାପର ବିଭିନ୍ନ ରଙ୍ଗ ରହିଥିବାବେଳେ କେଉଁ ଗୋଲାପ କାହାକୁ ଦେବେ ତାହା ମଧ୍ୟ ଜାଣି ରଖନ୍ତୁ ।

ରୋଜ୍ । ପ୍ରେମର ପ୍ରତୀକ ହେଉଛି ଗୋଲାପ । ନିଜ ମନର ଭାବନାକୁ ପ୍ରକାଶ କରିବା ପାଇଁ ଆମେ ଗୋଲାପ ଦେଇଥାଉ । ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହୋଇଥିବାବେଳେ ୭ ଫେବୃଆରୀ ହେଉଛି ରୋଜ ଡେ । ତେବେ ଏହି ରୋଜ ଡେ ଆମେ କାହିଁକି ପାଳନ କରିଥାଉ । ଏହା ପଛରେ ରହିଛି ଇତିହାସ । ମୋଗଲର ବେଗମଙ୍କୁ ଲାଲ ଗୋଲାପ ବହୁତ ପସନ୍ଦ ଥିଲା । ଆଉ ତାଙ୍କୁ ଖୁସି କରିବା ପାଇଁ ତାଙ୍କ ପତି ପ୍ରତିଦିନ ମହଲକୁ ଲାଲ ଗୋଲାପ ପଠାଇଥାନ୍ତି । ଆଉ ନିଜର ପ୍ରେମକୁ ଗୋଲାପ ମାଧ୍ୟମରେ ସେ ପ୍ରକାଶ କରିଥିଲେ । ଅନ୍ୟ ଏକ କାହାଣୀ ମଧ୍ୟ ରହିଛି ମହାରାଣୀ ଭିକ୍ଟୋରିଆଙ୍କ ସମୟରେ ଲୋକେ ନିଜର ପ୍ରେମକୁ ପ୍ରକାଶ ପାଇଁ ମଧ୍ୟ ଗୋଲାପ ଦେଉଥିଲେ । ମାନାଯାଏ କି ରାଣୀ ଭିକ୍ଟୋରିଆ ଏବଂ ରୋମନ ମଧ୍ୟ ନିଜର ପ୍ରେମକୁ ଗୋଲାପ ଦେଇ ଆରମ୍ଭ କରିଥିଲେ । ରେଜ୍ ଡେ’କୁ ନେଇ ଏମିତି ଅନେକ କାହାଣୀ ରହିଛି ।

ତେବେ ଅନେକ ରଙ୍ଗର ରହିଥିବାବେଳେ ପ୍ରେମୀ ଯୁଗଳ ନାଲୀ ଗୋଲାପ ଦିଆନିଆ ହୋଇଥାନ୍ତି । ପ୍ରେମ ଏବଂ ଇମୋସନ ସହଜଡିତ ଲୋକଙ୍କୁ ନାଲୀ ଗୋଲାପ ଦିଆଯାଏ । ହଳଦିଆ ଗୋଲାପ । ସାଙ୍ଗକୁ ହଳଦିଆ । ଯାହାଦ୍ବରା ଆପଣ ନିଜ ସାଙ୍ଗକୁ ନିଜର ଭଲପାଇବା କେତେ ରହିଛି ତାହା ଜଣାଇପାରିବେ । ଆପଣ ଧଳା ଗୋଲାପ ମଧ୍ୟ ଜାଣିଥିବେ । ଧଳା ହେଉଛି ଶାନ୍ତିର ପ୍ରତୀକ । ଏଣୁ ଆପଣ ଧଳା ଗୋଲାପ ଦେଇ ସାନ୍ତ୍ବନା ଦେଇପାରିବେ । ପିଙ୍କ୍ ଗୋଲାପ ଆପଣ ନିଜ ପିତା ମାତା ଏବଂ ଗୁରୁଜନଙ୍କୁ ଦେଇପାରିବେ । କାହିଁକି ନାଁ ଏହି ଗୋଲାପ ହେଉଛି ଧନ୍ୟବାଦର ପ୍ରତୀକ । ଅରେଞ୍ଜ ଗୋଲାପ ଦେଇ ଆପଣ ନିଜର ପ୍ରେମକୁ ପ୍ରକାଶ କରିପାରିବେ । ଅରେଞ୍ଜ ଗୋଲାପ ମାଧ୍ୟମରେ ନିଜ ଇଛାକୁ ପ୍ରକାଶ କରି କେତେ ଭଲ ପାଉଛନ୍ତି ନିଜର ପାର୍ଟନରଙ୍କୁ ଜଣାଇପାରିବେ ।