ଆଜି ନନ୍ଦିଘୋଷ ଟିଭିର ରିୟଲ ଇଷ୍ଟେଟ କନକ୍ଲେଭ ଓ ଆୱାର୍ଡ

ନନ୍ଦିଘୋଷ ବ୍ୟୁରୋ: ଖାଦ୍ୟ, ବସ୍ତ୍ର ପରେ ମଣିଷର ଅନ୍ୟତମ ମୌଳିକ ଆବଶ୍ୟକତାଟି ହେଉଛି ଘର । ଏ ସ୍ବପ୍ନ ଯେବେ ପୂରଣ ହୁଏ ଲାଗେ ଜୀବନ ସାର୍ଥକ ହୋଇଛି ।  ଆଜିର ଜନବହୁଳ ସହରୀ ସଭ୍ୟତା ଭିତରେ ପାଖରେ ପଇସା ଥିଲେ ମଧ୍ୟ ଅନେକ ସମୟରେ ନିଜର ଘରଟିଏ କରିବା ସମ୍ଭବ ହୋଇପାରେନି । ଏଥିପାଇଁ ବିଭିନ୍ନ କାରଣ ରହିଛି । ରିଅଲ ଇଷ୍ଟେଟ କ୍ଷେତ୍ରରେ ଅନେକ ସମସ୍ୟା ଓ ସମାଧାନକୁ ନେଇ ଆଜି ନନ୍ଦିଘୋଷ ଟିଭି ତରଫରୁ ଆୟୋଜିତ ହେଉଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ ରିୟଲ ଇଷ୍ଟେଟ କନକ୍ଲେଭ ଓ ଆୱାର୍ଡ । ଆଜି ସନ୍ଧ୍ଯା ୫ଟାରୁ କାର୍ଯ୍ଯକ୍ରମ ଆରମ୍ଭ ହେବ । କାର୍ଯ୍ଯକ୍ରମରେ ବହୁ ଉଦ୍ଯୋଗୀ ଯୋଗଦେଇ ଆଲୋଚନା କରିବେ । ଦୁଇଟି ଆଲୋଚନା ଚକ୍ରରେ ସମସ୍ଯା ଓ ସମାଧାନ ନେଇ ବିସ୍ତୃତ ଆଲୋଚନା କରିଯିବ । ଏହି ଅବସରରେ ବିଭିନ୍ନ ବର୍ଗରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ ।