ଆଜି ପାକିସ୍ତାନକୁ ଭେଟିବ ବାଂଲାଦେଶ

ମୁମ୍ବାଇ: ଆଜି ବିଶ୍ବକପରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ବାଂଲାଦେଶ । ଦିନ ୨ଟାରୁ କୋଲକାତାର ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ମ୍ୟାଚ୍ ଆରମ୍ଭ ହେବ । ୬ଟି ମ୍ୟାଚରୁ ମାତ୍ର ୨ଟି ବିଜୟ ଲାଭ କରି ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି ପାକିସ୍ତାନ । ସେହିପରି ୬ଟିରୁ ମାତ୍ର ଗୋଟିଏ ମ୍ୟାଚ୍ ଜିତିଛି ବାଂଲାଦେଶ  । ବିଜୟ ପାଇଁ ଉଭୟ ଦଳ ସ୍ବତନ୍ତ୍ର ରଣନୀତି କରିଛନ୍ତି । ଭଲ ପ୍ରଦର୍ଶନ କରି ପରାଜୟ ଧାରା ଭାଙ୍ଗିବାକୁ ପାକିସ୍ତାନ ଲକ୍ଷ୍ୟ ରଖିଥିବା ବେଳେ କଡ଼ା ଜବାବ ଦେବାକୁ ପ୍ରସ୍ତୁତ ଅଛି ବାଂଲାଦେଶ । ସେପଟେ ଗତକାଲି ମ୍ୟାଚରେ ଶ୍ରୀଲଙ୍କାକୁ ପରାଜିତ କରିଥିଲା ଆଫଗାନିସ୍ତାନ ।

୨୪୨ ରନର ବିଜୟ ଲକ୍ଷ୍ୟକୁ ୪୫ ଓଭର ୨ଟି ବଲରେ ହାସଲ କରି ଶ୍ରୀଲଙ୍କାକୁ ୭ଓ୍ବିକେଟରେ ପରାସ୍ତ କରିଥିଲା ଆଫଗାନିସ୍ତାନ । ନିଜର ତୃତୀୟ ବିଜୟ ସହ ପେଣ୍ଟ ଟେବୁଲର ପଞ୍ଚମ ସ୍ଥାନକୁ ଉଠିଛି ଆଫଗାନିସ୍ତାନ । ପ୍ରଥମେ ବ୍ୟାଟିଂ କରି  ଆଫଗାନିସ୍ତାନ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ । ଦଳୀୟ ସ୍କୋର ୨୨ ରନ ଥିବା ବେଳେ ମାତ୍ର ୧୫ ରନ କରି ପାଭିଲିଅନ ଫେରିଥିଲେ ଦିମୁଥ କରୁଣାରତ୍ନେ । ୪୬ ରନ କରି ନିଶାଙ୍କା ମଧ୍ୟ ଆଉଟ ହୋଇଥିଲେ ।

ମେଣ୍ଡିସ ୩୯ ରନ କରିଥିବାବେଳେ ସଦିରା ୩୬ ରନ କରିବାକୁ ସକ୍ଷମ ହୋଇଥିଲେ । ଫଜଲହକ ଫାରୁକି ୪ ଓ୍ବିକେଟ ନେଇ ଶ୍ରୀଲଙ୍କାକୁ ଦୁର୍ବଳ କରିଦେଇଥିଲେ । ଶ୍ରୀଲଙ୍କା ୪୯ ଦଶମିକ ୩ ଓଭରରେ ୨୪୧ ରନ କରି ଅଲଆଉଟ ହୋଇଥିଲା । ଜବାବରେ ଆଫଗାନିସ୍ତାନ ପ୍ରଭାବୀ ପ୍ରଦର୍ଶନ ଦେଖାଇଥିଲା । ଆଜମାଥୁଲା ଓମାରଜି ଅପରାଜିତ ୭୩ ରନ କରିଥିବା ବେଳେ ହାସମାଥୁଲା ସାହିଦି ୫୮ ରନ କରିଥିଲେ । ୪୫.୨ ଓଭରରେ ଦଳ ୩ଓ୍ବିକେଟ ହରାଇ ମ୍ୟାଚକୁ ଜିତିନେଇଥିଲା ।