ଆଜି ‘ନୂଆଁଖାଇ’ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା

ସମ୍ବଲପୁର : ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର । ମା ସମଲେଶ୍ବରୀଙ୍କ ନିକଟରେ ଲାଗିହେବ ନବାନ୍ନ । ନୀତି ନିର୍ଘଣ୍ଟ ମୁତାବକ ମା’ଙ୍କ ଠାରେ ପୂଜାର୍ଚ୍ଚନା ପରେ ନବାନ୍ନ ଲାଗି ହେବ । ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ନୂଆଁ ଲାଗି ହେବାପରେ ୧୧୫ ପାର୍ଶ୍ବ ଦେବାଦେବୀଙ୍କ ନବାନ୍ନ ଲାଗି ହେବ । ନବାନ୍ନ ଲାଗି ପରେ ପରିବାର ସହ ଏକାଠି ନୂଆ ଖାଇବେ ସମଗ୍ର ପଶ୍ଚିମ ଓଡ଼ିଶାବାସୀ । ଫଲସା, କୁରେଇ ଓ ରେଙ୍ଗାଳ ଗଛ ପତ୍ରରେ ନବାନ୍ନ ଲାଗିର ପରମ୍ପରା ରହିଛି । ମା ସମଲେଶ୍ବରୀଙ୍କ ନିକଟରେ ନୂଆଲାଗି ହେବା ପରେ ସମଲେଶ୍ବରୀ ମାଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ ।Special Local Holiday Declared For Day Following Nuakhai In These Dists -  Pragativadi

ନୂଆ ଖାଇବା ପାଇଁ ପୂର୍ବରୁ ସମସ୍ତ ପ୍ରସ୍ତୁତି ସରିଥିଲା । ନୂଆଖାଇ ପାଇଁ ଘରେ ଲିପା ପୋଛା ସାଂଗକୁ ରଙ୍ଗ ଲଗାଯାଇଛି। ପୂରା ପରିବାର ପାଇଁ ନୂଆ ଡ୍ରେସ କିଣାଯାଇଛି।  ନୂଆ ଖାଇ ପର୍ବ ପାଇଁ ଦୂର ଦୂରାନ୍ତରେ ଥିବା ପଶ୍ଚିମ ଓଡ଼ିଶା ବାସୀ ଘରକୁ ଫେରିଛନ୍ତି । ପ୍ରତି ଗାଁ ଗଣ୍ଡା ବନ୍ଧୁବାନ୍ଧବରେ ଭର୍ତ୍ତି ହୋଇଛି  ।  ସମସ୍ତେ ମିଶି  ଏକାଠି ନୂଆ ଖାଇବା ପରେ ଆରମ୍ଭ ହେବ ଭେଟଘାଟ କାର୍ଯ୍ୟକ୍ରମ। ଘରର ବଡ ମାନଙ୍କୁ ଜୁହାର କରି ମୁଣ୍ଡିଆ ମାରି ଆଶୀର୍ବାଦ ନେବେ ସମସ୍ତେ।