ଆଜି ନୂଆ ଅଧିନାୟକଙ୍କ ସହ ମଇଦାନକୁ ଓହ୍ଲାଇବ ମୁମ୍ବାଇ ଇଣ୍ଡିଆନ୍ସ

ନନ୍ଦିଘୋଷ ବ୍ୟୁରୋ: ଶନିବାର ଗୁଜୁରାଟ ଜାଏଣ୍ଟ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚରେ ବିଜୟ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ମୁମ୍ବାଇ । ପ୍ରଥମ ମ୍ୟାଚରେ ପରାଜୟ ହୋଇଥିବାବେଳେ ଆଜିର ମ୍ୟାଚରେ ବିଜୟ ସହ କମବ୍ୟାକ କରିବା ପାଇଁ ଚାହିଁବ ୫ ଥର ଚାମ୍ପିୟନ ହୋଇଥିବା ଟିମ । ତେବେ ଆଜିର ମ୍ୟାଚରେ ଦଳ ଆଉ ଜଣେ ନୂଆ ଅଧିନାୟକଙ୍କୁ ଦେଖିବ । ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିଥିଲା ମୁମ୍ବାଇ । ଏହି ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ରହିଥିଲେ । ଦଳ ପରାଜୟରୁ ନିଜର ଅଭିଯାନ ଆରମ୍ଭ କରିଥିଲା । ତେବେ ଆଜିର ମ୍ୟାଚରେ ଅଧିନାୟକ ପଦ ସମ୍ଭାଳିବେ ହାର୍ଦ୍ଦିକ ପାଣ୍ଡ୍ୟା ।

ଗତ ସିଜିନରେ ଧିମା ବୋଲିଂ ପାଇଁ ପାଣ୍ଡ୍ୟା ଦଣ୍ଡିତ ହୋଇଛନ୍ତି । ତିନୋଟି ମ୍ୟାଚରେ ସ୍ଲୋ ବୋଲିଂ ପାଇଁ ଅଧିନାୟକ ଗୋଟିଏ ମ୍ୟାଚରେ ବସିବେ । ଯେଉଁ କାରଣରୁ ଚଳିତ ବର୍ଷର ପ୍ରଥମ ମ୍ୟାଚରେ ହାର୍ଦ୍ଦିକ ନଜର ଆସିନଥିଲେ । ତେବେ ଆଜିର ମ୍ୟାଚରେ ପାଣ୍ଡ୍ୟା ମଇଦାନକୁ ଓହ୍ଲାଉଥିବାବେଳେ ଦଳ ବଡ଼ ବିଜୟର ଆଶା ରଖି କମବ୍ୟାକ କରିବା ପାଇଁ ଚାହିଁବ । ତେବେ ଦଳର ପ୍ରଦର୍ଶନ କିଭଳି ହେଉଛି ତାହା ଉପରେ କ୍ରୀଡ଼ାପ୍ରେମୀଙ୍କ ନଜର ରହିଛି । ଗତବର୍ଷ ପାଣ୍ଡ୍ୟା ମୁମ୍ବାଇର ଅଧିନାୟକ ପଦ ସମ୍ଭାଳିଥିବାବେଳେ ଦଳ ପ୍ଲେଅଫରେ ପହଞ୍ଚି ପାରିନଥିଲା । କିନ୍ତୁ ଚଳିତ ବର୍ଷ ଦଳ ଯୁବ ପ୍ରତିଭାଙ୍କ ସହ ମଇଦାନକୁ ଓହ୍ଲାଉଥିବାବେଳେ ଉଚ୍ଚକୋଟିର ପ୍ରଦର୍ଶନ କରିବ ବୋଲି ଫ୍ୟାନ୍ସମାନେ ଆଶା ରଖିଛନ୍ତି ।