ନବରାତ୍ରୀର ଶେଷ ଦିନରେ ମା’ ସିଦ୍ଧିଦାତ୍ରୀଙ୍କ ପାଖରେ ଏହି ଭୋଗ ଲଗାଇଲେ ପୂରଣ ହୁଏ ମନବାଞ୍ଛା

ଅଯୋଧ୍ୟା: ମହାମାୟାଙ୍କ ମହାନବମୀ । ଉତ୍ସବ ମୁଖର ଗାଁଠୁ ସହର । ଚାଲିଛି ଶାରଦୀୟ ଦୁର୍ଗାପୂଜା । ସୋମବାର ନବରାତ୍ରୀର ଶେଷ ଦିନ । ଧାର୍ମିକ ଶାସ୍ତ୍ର ଅନୁଯାୟୀ ଆଜି ମା’ ଦୁର୍ଗାଙ୍କ ସ୍ୱରୂପ ସିଦ୍ଧିଦାତ୍ରୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । କୁହାଯାଏ ଯେ, ଏହି ଦିନ ସିଦ୍ଧିଦାତ୍ରୀଙ୍କୁ ପୂଜା କଲେ ଭକ୍ତଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ। ବିଶ୍ୱାସ କରାଯାଏ, ଆଜି ଦିନରେ ମା’ଙ୍କୁ ପୂଜା କରିବାର ଅର୍ଥ ହେଉଛି ସମସ୍ତ ଦେବୀଙ୍କୁ ପୂଜା କରିବା ସହ ସମାନ ।

ଅଯୋଧ୍ୟାର ଜ୍ୟୋତିଷ ପଣ୍ଡିତ କଳକି ରାମ କହିଛନ୍ତି ଯେ, ନବରାତ୍ରୀର ନବମ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଦିନରେ ମା’ ସିଦ୍ଧିଦାତ୍ରୀଙ୍କ ପୂଜାର୍ଚ୍ଚନା କରିବାର ବିଧି ରହିଛି । ଆଜି ମା’ ସିଂହବାହିନୀ ପଦ୍ମ ଉପରେ ବିରାଜମାନ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ମା’ ସିଦ୍ଧିଦାତ୍ରୀଙ୍କୁ ସରସ୍ୱତୀଙ୍କ ରୂପ ବୋଲି ବିବେଚନା କରାଯାଏ । ଯଦି ଆଜିର ଦିନରେ ସବୁଜ ରଙ୍ଗର ବସ୍ତ୍ର ପିନ୍ଧି ମା’ଙ୍କୁ ପୂଜା କରନ୍ତି ତେବେ ମା’ ସିଦ୍ଧିଦାତ୍ରୀ ଖୁସି ହୋଇ ମନବାଞ୍ଛା ପୂରଣ କରିଥାନ୍ତି । ଏହାସହ ମାଆଙ୍କୁ ରାଶି ଲଡୁ ଭୋଗ ଲଗାନ୍ତୁ । ଯଦି ନବମୀ ତିଥି ଦିନ ଆପଣ ଏହା କରନ୍ତି ତେବେ ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବ । ଏହାସହ କିଛି ସମୟ ମା’ଙ୍କ ମନ୍ତ୍ର ଏବଂ ସ୍ତୁତି ଜପ କରନ୍ତୁ। ଦେଖିବେ ଆପଣଙ୍କ ମନବାଞ୍ଛିତ ଫଳ ପ୍ରାପ୍ତ ହେବ ।