ଆଜି ମୟୂରଭଞ୍ଜ ଗସ୍ତରେ ଯିବେ 5T ଅଧ୍ୟକ୍ଷ

1 min read

ଭୁବନେଶ୍ବର: ମଙ୍ଗଳବାର ମୟୂରଭଞ୍ଜ ପାଳି । କେତେ ହୋଇଛି ଜିଲ୍ଲାର ବିକାଶ । ଜିଲ୍ଲାବାସୀଙ୍କ ନିକଟରେ କେତେ ପହଞ୍ଚିଛି ରାଜ୍ୟ ସରକାରଙ୍କ ଜନହିତକର ଯୋଜନା । ଏସବୁର ସମୀକ୍ଷା ପାଇଁ ଆଜି ଦିନିକିଆ ଜିଲ୍ଲା ଗସ୍ତରେ ଯିବେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଏନେଇ ସମଗ୍ର ମୟୂରଭଞ୍ଜ ଜିଲ୍ଲା ଚଳଚଞ୍ଚଳ ହୋଇଛି । ଏହି କ୍ରମରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପଡ଼ିଆରେ ନୂଆ-ଓ କାର୍ଯ୍ୟକ୍ରମରେ ଜିଲ୍ଲାର ଯୁବକ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବେ 5T ଅଧ୍ୟକ୍ଷ । ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଏହାପରେ ବାରିପଦାର ଛଉ ପଡିଆରେ ଜନ ସାଧାରଣଙ୍କୁ ସମ୍ବୋଧିତ କରିବେ 5T ଅଧ୍ୟକ୍ଷ । ସୋମବାର କେନ୍ଦ୍ରାପଡ଼ି ଜିଲ୍ଲା ଗସ୍ତରେ ଯାଇ ବିକାଶର ସମୀକ୍ଷା କରିଥିଲେ 5T ଅଧ୍ୟକ୍ଷ ।