ଆଜି ସିବିଆଇ ଆଗରେ ହାଜର ହେବେ ସିସୋଦିଆ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ ହାଜର ହେବେ ଆପ୍ ନେତା ତଥା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଗତକାଲି ସମନ ଜାରି କରିଥିଲା  ସିବିଆଇ । ଆଜି ସିବିଆଇରେ ହାଜର ହେବା ଲାଗି ଦିଆଯାଇଥିଲା ନିର୍ଦ୍ଦେଶ ।

ମଦ ଦୁର୍ନୀତି ମାମଲାରେ ଉଭୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ପୂର୍ଣ୍ଣ କ୍ଷମତା ପ୍ରୟୋଗ କରିବାରେ ଲାଗିଛନ୍ତି । ପୂର୍ବରୁ ତାଙ୍କ ଘରେ ରେଡ ହୋଇଥିଲା, ବ୍ୟାଙ୍କ ଲକର ସର୍ଚ୍ଚ କରାଯାଇଥିଲା । ମାତ୍ର କିଛି ପାଇ ନଥିଲା ବୋଲି କହିଛନ୍ତି ମନୀଷ । ଦିଲ୍ଲୀ ପିଲାଙ୍କ ଭଲ ପଢିବା ଲାଗି ସେ ସମସ୍ତ ବ୍ୟବସ୍ଥା କରୁଛନ୍ତି । ମାତ୍ର ଏହା ନ କରିବା ଲାଗି ସିବିଆଇ ଓ ଇଡି ଚାହୁଁଛନ୍ତି । ସବୁ ପ୍ରକାର ତଦନ୍ତ ଲାଗି ସେ ପ୍ରସ୍ତୁତ ବୋଲି କହିଛନ୍ତି ସିସୋଦିଆ ।

ଗତବର୍ଷ ଅଗଷ୍ଟରେ ମଦ ଦୁର୍ନୀତି ମାମଲାରେ ସିବିଆଇ ସିସୋଦିଆ ଓ ଅନ୍ୟ ୧୪ ଜଣଙ୍କ ବିରୋଧରେ ଆଇପିସିର ଧାରା ୪୭୭, ୧୨୦ ଏବଂ ଦୁର୍ନୀତି ନିବାରଣ ଆଇନର ଧାରା ୭ ଅନୁସାରେ ମାମଲା ରୁଜୁ କରିଥିଲା । ମାମଲାର ସିବିଆଇ ତଦନ୍ତ ଲାଗି ଲେଫଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକ୍ସେନା ସୁପାରିସ କରିଥିଲେ ।