ଆଜି ୟୁପିରେ ଶେଷ ପର୍ଯ୍ୟାୟ ମତଦାନ

ଲକ୍ଷ୍ନୌ: ୟୁପିରେ ବିଧାନସଭା ନିର୍ବାଚନ ୨୦୨୨ର ଆଜି ଶେଷ ଦିନ । ଆଜି ଶେଷ ପର୍ଯ୍ୟାୟରେ ନେତା ବାଛୁଛନ୍ତି ୟୁପି ଜନତା । ୯ଟି ଜିଲ୍ଲାର ୫୪ଟି ଆସନରେ ଆରମ୍ଭ ହୋଇଛି ମତଦାନ । ୬୧୩ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ଏଥିରେ ରହିଛି ବାରାଣାସୀ, ଆଜମଗଡ଼ ମିର୍ଜାପୁର, ଗାଜିପୁର ଭଳି ହାଇପ୍ରୋଫାଇଲ୍ ଆସନ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ହୋଇଥିବାରୁ ଏହା ଉପରେ ରହିଛି ସଭିଁଙ୍କ ନଜର । ଆଜି କିଛି ମନ୍ତ୍ରୀଙ୍କର ଭାଗ୍ୟ ପରୀକ୍ଷା ହେଉଛି । ପର୍ଯ୍ୟଟନ ମନ୍ତ୍ରୀ ନିଳକଣ୍ଠ ତିଓ୍ବାରୀଙ୍କ ସମେତ ବଡ଼ ବଡ଼ ନେତାଙ୍କ ଭାଗ୍ୟ ଲେଖୁଛନ୍ତି ଭୋଟର ।

ସେପଟେ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ସପାରେ ମିଶିଥିବା କ୍ୟାବିନେଟ୍ ମନ୍ତ୍ରୀ ଦରା ସିଂ ଚୌହାନଙ୍କ ଭାଗ୍ୟ ମଧ୍ୟ ଆଜି ଇଭିଏମସରେ ସିଲ୍ ହେବ । ସବୁ ଆସନରେ ସମାଜବାଦୀ ପାର୍ଟି ସହିତ ବିଜେପିର କଡ଼ା ଟକ୍କର ହେଉଛି ।

ସେପଟେ ଆଜି ସନ୍ଧ୍ୟାରେ ଆସିବ ବୁଥ୍ ବାହୁଡ଼ା ମତ । ୫ ରାଜ୍ୟରେ କିଏ ମାରିବ ବାଜି ? କାହା ଦଖଲକୁ ଯିବ ମୁଖ୍ୟମନ୍ତ୍ରୀ ସିହାଂସନ ?  ଏନେଇ ସନ୍ଧ୍ୟାରେ ଆସିବ ଏକଜିଟ୍ ପୋଲ୍ ।