spot_img

Latest Posts

ମେଘାଳୟ ହନିମୁନ ହରର : ଆଜି ସରୁଛି ୫ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି

ନନ୍ଦିଘୋଷ ବ୍ୟୁରୋ: ମେଘାଳୟ ହନିମୁନ ହରର। ରାଜା ରଘୁବଂଶୀ ହତ୍ୟା ଘଟଣାର ୫ ଅଭିଯୁକ୍ତଙ୍କ ଆଜି ସରୁଛି ରିମାଣ୍ଡ ଅବଧି। ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ। ମୁଖ୍ୟ ଅଭିଯୁକ୍ତ ସୋନମ ରଘୁବଂଶୀଙ୍କ ସମେତ ଅନ୍ୟ ୪ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବ ପୋଲିସ। ପୂର୍ବରୁ ୮ ଦିନ ଲାଗି ରିମାଣ୍ଡରେ ନେଇଥିବାବେଳେ ଆଉ ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ମାଗିବ ପୋଲିସ। ସେପଟେ ଗତକାଲି ସୋନମ ରଘୁବଂଶୀଙ୍କୁ ଇନ୍ଦୋର ଆଣି ରାଜା ରଘୁବଂଶୀଙ୍କ ଘରକୁ ନେଇ ଖୋଳତାଡ଼ କରିଛି ପୋଲିସ। ତଦନ୍ତବେଳେ ପଦାକୁ ଆସିଛି ଆଉ ଜଣେ ବ୍ୟକ୍ତିଙ୍କ ନାଁ। ସେ ହେଉଛନ୍ତି ସଞ୍ଜୟ ବର୍ମା।

ରାଜାଙ୍କ ପତ୍ନୀ ସୋନମଙ୍କ ସହ ସେ ବିବାହ ପୂର୍ବରୁ ଓ ପରେ ଦୀର୍ଘ ସମୟ ଧରି କଥାବାର୍ତ୍ତା ହେଉଥିବା ତଦନ୍ତରୁ ଜଣାଯାଇଛି।  ମାର୍ଚ୍ଚ ୧ରୁ ମାର୍ଚ୍ଚ ୨୫ ଯାଏ ଉଭୟ ସୋନମ ଓ ସଞ୍ଜୟଙ୍କ ମଧ୍ୟରେ ୧୧୯ଟି କଲ୍ ହୋଇଥିବା କଲ ରେକର୍ଡରୁ ଜଣାପଡ଼ିଛି। ବର୍ତ୍ତମାନ ତାଙ୍କ ମୋବାଇଲ ସୁଇଚ ଅଫ ଥିବାରୁ ସ୍ଥିତି ଅଧିକ ସନ୍ଦେହ ସୃଷ୍ଟି ହୋଇଛି। ଗତ ମେ ୨୩ରେ ରାଜାଙ୍କୁ ମେଘାଳୟରେ ହତ୍ୟା କରାଯାଇଥିଲା। ତାଙ୍କ ମୃତଦେହ ୧୦ ଦିନ ପରେ ମେଘାଳୟରୁ ମିଳିଥିଲା। ରାଜାଙ୍କୁ ଏକ ଅସ୍ତ୍ର ସାହାଯ୍ୟରେ ପ୍ରଥମେ ବିଶାଳ ସିଂ ଆକ୍ରମଣ କରିଥିବା କୁହାଯାଉଛି। ସୋନମଙ୍କ ବୟଫ୍ରେଣ୍ଡ କୁହାଯାଉଥିବା ରାଜ ଖୁସୱାହା ୩ ଅଭିଯୁକ୍ତ ବିଶାଳ, ଆକାଶ ରାଜପୁତ ଓ ଆନନ୍ଦ କୁର୍ମୀଙ୍କୁ ହତ୍ୟା ଲାଗି  ଯୋଗାଡ କରିଥିବା ଅଭିଯୋଗ ହୋଇଛି।

Latest Posts

Don't Miss