spot_img

Latest Posts

ବିହାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ : ଆଜି ସରିବ ପ୍ରଚାର

ସଂଚାର ବ୍ୟୁରୋ: ଆସନ୍ତା ୧୧ରେ ବିହାର ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ୧୨୨ ଆସନରେ ହେବ ଭୋଟ। ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଲାଗି ଆଜି ସରୁଛି ପ୍ରଚାର। ଅପରାହ୍ନ ୫ଟାରେ ଶେଷ ହୋଇଯିବ ପ୍ରଚାର। ଶେଷ ଦିନରେ ଆରଜେଡି ପ୍ରାର୍ଥୀ ତେଜସ୍ଵୀ ଯାଦବଙ୍କ ୩ଟି ରୋଡ ସୋ କାର୍ଯ୍ୟକ୍ରମ ରହିଛି। ସେପଟେ ଏନଡିଏ ପ୍ରାର୍ଥୀଙ୍କ ଲାଗି କେନ୍ଦ୍ରମନ୍ତ୍ରୀ ଅମିତ ଶାହ ମଧ୍ୟ ଆଜି କରିବେ ପ୍ରଚାର। ୨୦ ଜିଲ୍ଲାର ୧୨୨ ଆସନ ଲାଗି ମଇଦାନରେ ଅଛନ୍ତି ୧ ହଜାର ୩୦୨ ପ୍ରାର୍ଥୀ। ମୋଟ ୧ ହଜାର ୩୭୨ ପ୍ରାର୍ଥୀ ନିଜର ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ ୭୦ଜଣ। ଗୟା ଟାଉନ, ସାସାରାମ ଓ ଚଇନପୁରରେ ସର୍ବାଧିକ ୨୨ ଲେଖାଏ ପ୍ରାର୍ଥୀ ଲଢୁଛନ୍ତି। ତ୍ରିବେଣୀଗଞ୍ଜ, ଲଉରିଆ ଓ ସୁଗାଉଲିରେ ସର୍ବନିମ୍ନ ୫ ଜଣ ଲେଖାଏ ପ୍ରାର୍ଥୀ ଅଛନ୍ତି। ଗତ ୬ ତାରିଖରେ ପ୍ରଥମ ପର୍ଯ୍ଯାୟରେ ୧୨୧ ଆସନରେ ଭୋଟଗ୍ରହଣ ହୋଇଥିଲା

Latest Posts

Don't Miss