ଆଜି ବିଶ୍ବ ମେଦବହୁଳତା ଦିବସ, ସଚେତନ ହେଲେ ରହିପାରିବା ସୁସ୍ଥ

ଭୁବନେଶ୍ବର: ସାରା ବିଶ୍ବରେ ଆଜି ମେଦ ବହୁଳତା ଏକ ବଡ଼ ସମସ୍ୟା ରୂପେ ଦେଖାଯାଇଛି । ଏଥିରୁ ରକ୍ଷା ପାଇବା ପାଇଁ ଆରୋ ଫାଉଣ୍ଡେସନ ପକ୍ଷରୁ ପ୍ରତି ବର୍ଷ ମାର୍ଚ୍ଚ ୪ ତାରିଖକୁ ମେଦ ବହୁଳତା ସଚେତନତା ଦିବସ ଭାବେ ପାଳନ କରାଯାଉଛି । ସାଧାରଣତଃ ଲୋକମାନେ ଏବେ ଗାଡି ମଟରରେ ଯିବା ଆସିବା କରିବା, କମ ପରିଶ୍ରମ, ଅଧିକ ଖାଦ୍ୟ ଖାଇବା ଦ୍ବାରା ଶରୀରରେ ଅନେକ ରୋଗ ବ୍ୟାପିଥାଏ ।

ବୟସ ଓ ଉଚ୍ଚତା ଅନୁସାରେ ଶରୀରର ମୋଟାପା ବଢିଯାଉଛି । କେବଳ ଏତିକି ନୁହେଁ ଥରେ ଜଣେ ବ୍ୟକ୍ତି ମେଦ ବହୁଳତାର ଶିକାର ହେଲେ ହୃଦ ସମସ୍ୟା, ଲିଭର ଯନ୍ତ୍ରଣା ଆଦି ବିଭିନ୍ନ ରୋଗରେ ପଡିପାରେ । ସେପଟେ ଏହି ରୋଗରୁ ମୁକ୍ତି ପାଇବା ପାଇଁ ପ୍ରତେକ ବ୍ୟକ୍ତି ଯୋଗ, ବ୍ୟାୟାମ, ସାଇକେଲ ଚାଳନା କରିବା ନିହାତି ଆବଶ୍ୟକ । ଏହା ସହ ଖାଦ୍ୟପେୟରେ ଖୁବ ସଚେତନତା ଅବଲମ୍ବନ କରିବା ଉଚିତ ।

ଏହି ଅବସରରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏକାମ୍ର କାନନ ପାର୍କ ନିକଟରେ ଡାକ୍ତରଙ୍କ ପକ୍ଷରୁ ଏକ ଓ୍ବାକାଥାନ ଆୟୋଜିତ ହୋଇ ସିଆରପି ଛକ ପର୍ଯ୍ୟନ୍ତ ଯାଇଥିଲା ।