ଆଜି ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିନ, ସରଗରମ ରହିପାରେ ଗୃହ

ଭୁବନେଶ୍ୱର: ଆଜି ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିନ । ଆଜି ବେସ୍ ସରଗରମ ରହିପାରେ ଗୃହ । ପ୍ରଶ୍ନକାଳରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଜଳ ସମ୍ପଦ, କ୍ରୀଡ଼ା ଓ ଯୁବକଲ୍ୟାଣ, ଯୋଜନା ଓ ସଂଯୋଜନ, ବାଣିଜ୍ୟ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, ପରିବହନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି ।

ସେହିପରି ଶୂନ୍ୟକାଳରେ ରୁଚିକା ଆତ୍ମହତ୍ୟା ଓ ତାଙ୍କ ମାଙ୍କୁ ପୋଲିସ ଅମାନୁଷିକ ବ୍ୟବହାର, ଚାଷୀ ମୃତ୍ୟୁ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, ସୀମା ବିବାଦ ଓ ଜଳ ବିବାଦ ଭଳି ପ୍ରସଙ୍ଗ ଉଠିପାରେ । ଏହା ପରେ ବିଜେପି ପକ୍ଷରୁ ଦିଆଯାଇଥିବା ଗଣଶିକ୍ଷା ବିଭାଗର ଅବ୍ୟବସ୍ଥା ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଗତକାଲି ଆଲୋଚନା ହୋଇନପାରିଥିବାରୁ ଆଜି ଆଲୋଚନା ହୋଇପାରେ । ଅପରାହ୍ନ ଅଧିବେଶନରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଖର୍ଚ୍ଚ ଦାବି ବିଷୟରେ ଗୃହରେ ଆଲୋଚନା ହେବ ।