ଆଜି ଭାରତ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍, ଦଳକୁ ଫେରିପାରନ୍ତି ରୋହିତ ଶର୍ମା
1 min read
ଅହମଦାବାଦ: ଆଜି ଭାରତ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି ଟ୍ୱେଣ୍ଟି ମ୍ୟାଚ୍। ଇଂଲଣ୍ଡ ବିପକ୍ଷ 20-20 ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଶୋଚନୀୟ ପରାଜୟ ବରଣ କରିଥିଲା ଭାରତୀୟ ଦଳ। ଆଜି ଥିବା ଦ୍ୱିତୀୟ ମୁକାବିଲାକୁ ଜିତି ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ରହିଛି ଭାରତ । ପାଞ୍ଚ ଟିକିଆ ଶୃଙ୍ଖଳାରେ ଇଂଲଣ୍ଡ ପ୍ରଥମ ମ୍ୟାଚ୍କୁ ୮ ୱିକେଟ୍ରେ ଜିତି ୧-୦ରେ ଆଗୁଆ ରହିଛି।
ତିନି ମାସ ପରେ ଧଳା ବଲ୍ କ୍ରିକେଟ୍ ଖେଳିଥିବା ଭାରତ, ପ୍ରଥମ ମ୍ୟାଚ୍ରେ ଶୋଚନୀୟ ବ୍ୟାଟିଂ କରିଥିଲା ବେଳେ ଶ୍ରେୟସ୍ ଆୟର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ସେପଟେ ଗତ ମ୍ୟାଚରେ ପରାଜୟ ପରେ ଆଜି ଦଳକୁ ଫେରିପାରନ୍ତି ରୋହିତ ଶର୍ମା ।