ଓଡ଼ିଶା ସ୍କିଲ୍ କନକ୍ଲେଭ ୨୦୨୩ର ଆଜି ଶେଷ ଦିନ, ଡ୍ରୋନ୍ ଫେଡେରେସନ୍ ଅଫ ଇଣ୍ଡିଆର ସ୍ୱତନ୍ତ୍ର ସେସନ୍

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ସ୍କିଲ କନକ୍ଲେଭ ୨୦୨୩ର ଆଜି ଶେଷ ଦିନ  । ବିଭିନ୍ନ କାଉନସିଲ ସହ ଡ୍ରୋନ ଫେଡେରେସନ ଅଫ ଇଣ୍ଡିଆର ସ୍ବତନ୍ତ୍ର ଆଲୋଚନା ରହିଛି । ଡ୍ରୋନ୍ ନିର୍ମାଣର ଆଧୁନିକ ଜ୍ଞାନ କୌଶଳ ଓ ଡ୍ରୋନ୍ କେମିତି ଲୋକଙ୍କୁ ସୁବିଧା ଯୋଗାଇବ ଏନେଇ ସ୍ବତନ୍ତ୍ର ସେସନ୍ ରହିଛି । ଡ୍ରୋନ୍ କେମିତି ଅଧିକ ଉପରକୁ ଯିବା ସହ କେତେ କିଲୋମିଟର ଯାଏ ଯାଇପାରୁଛି, ସେ ସଂପର୍କରେ ସ୍ବତନ୍ତ୍ର ଆଲୋଚନା କରିବେ ବରିଷ୍ଠ ବିଶେଷଜ୍ଞ । ଏହାସହିତ ସର୍ବଭାରତୀୟ ସ୍ତରର ଦକ୍ଷତା ବିକାଶ ପରିଷଦ ସହିତ ରାଜ୍ୟ ସରକାରଙ୍କର ବିଶେଷ ଆଲୋଚନା ରହିଛି ।

ଗତକାଲି ସ୍କିଲ୍ ଇନ୍ ଓଡ଼ିଶାରେ ମହିଳାଙ୍କ ଦକ୍ଷତା ବୃଦ୍ଧି ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ମହିଳାମାନେ କେମିତି ସମାଜରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି । ସେ ଉପରେ ବିଶେଷ ଆଲୋଚନା ହୋଇଥିଲା । ଧାନ ସଂଗ୍ରହଠାରୁ ଆରମ୍ଭ କରି ବିଦ୍ୟୁତ୍ ବିଲ୍ ସଂଗ୍ରହ, ଓ୍ବେଷ୍ଟ୍ ମ୍ୟାନେଜମେଣ୍ଟ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପ୍ରଶାସନରେ ଭାଗିଦାର ହୋଇଛନ୍ତି ମିଶନ ଶକ୍ତି ସଦସ୍ୟା । ଆସନ୍ତା ୫ ବର୍ଷ ଭିତରେ ରାଜ୍ୟରେ ପ୍ରତିଷ୍ଠା ହେବ ୫୦୦ ମିଶନ ଶକ୍ତି ବଜାର । ସ୍କିଲ୍ କନକ୍ଲେଭରେ ମିଶନ ଶକ୍ତି ମହିଳାଙ୍କ ବିୟୁଟି କେୟାର ଓ ହେଲ୍ଥ ଓ୍ବେଲ୍ ବିଙ୍ଗ୍ ଟ୍ରେନିଂ ପାଇଁ ଓ୍ବାର୍ଲ୍ଡ ସ୍କିଲ ସେଣ୍ଟର ସହ ମିଶନ ଶକ୍ତି ବିଭାଗ ସ୍ବାକ୍ଷର କରିଛି ବୁଝାମଣା ପତ୍ର ।