ସାଗରକବଚ ସମରାଭ୍ୟାସର ଶେଷ ଦିନ, ଉପକୂଳ ସୁରକ୍ଷା ପାଇଁ ମକ୍ ଡ୍ରିଲ୍

1 min read

ପାରାଦ୍ୱୀପ: ପାରାଦ୍ୱୀପରେ ଦୁଇଦିନିଆ ମିଳିତ ସମରାଭ୍ୟାସର ଆଜି ଦ୍ୱିତୀୟ ଦିନ । ଚଳିତବର୍ଷ ସମରାଭ୍ୟାସ ନାମ ସାଗରକବଚ ଓଡିଶା-ୱେଷ୍ଟବେଙ୍ଗଲ ରଖାଯାଇଛି । କୋଷ୍ଟର୍ଗାଡ, ନ୍ୟାଭି, ପାରାଦ୍ୱୀପ ପୋର୍ଟ, ବନବିଭାଗ, ମତ୍ସ୍ୟବିଭାଗ, ପୋଲିସ, ରେଲୱେ ସମେତ ୯ ରୁ ଊର୍ଦ୍ଧ୍ୱ ବିଭାଗକୁ ନେଇ ଚାଲିଛି ସମରାଭ୍ୟାସ ।

ସବୁ ବିଭାଗ ମଧ୍ୟରେ ସମନ୍ୱୟ ସହିତ ବାହ୍ୟ ଶତ୍ରୁଙ୍କୁ ମୁକାବିଲା କରିବା ପାଇଁ କରାଯାଉଛି ଏହି ସମରାଭ୍ୟାସ । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ପ୍ରତ୍ୟେକ ବର୍ଷ ଉପକୂଳରେ ଏଭଳି ସମରାଭ୍ୟାସ କରାଯାଉଛି । ଚଳିତ ବର୍ଷ ଏହି ସମରାଭ୍ୟାସରେ ଜଣେ ଏଏସପି, ୪ ପ୍ଲାଟୁନ ପୋଲିସ ଫୋର୍ସ, ୪ ଜଣ ଆଇ ଆଇ ସି, ୫ ଜଣ ସବ ଇନସପେକ୍ଟର, ୫ ଏ ସ ଆଇ, ୨୦ କନ୍ସଟେବଲ, ୨୦ ହୋମଗାର୍ଡ ନିୟୋଜିତ ହୋଇଛନ୍ତି ।

ଦୁଇଟି ଟିମ୍ ରେଡ୍ ଓ ବ୍ଲୁ ଗଠନ କରାଯାଇ ଗୋଟିଏ ଟିମ୍ ସନ୍ତ୍ରାସବାଦୀ ଭାବେ ଉପକୂଳରେ ପ୍ରବେଶ ପାଇଁ ଚେଷ୍ଟା କରିବେ ଓ ବ୍ଲୁ ଟିମ ଏମାନଙ୍କୁ ଧରିବା ପାଇଁ ପ୍ରୟାସ କରିବେ । ଆଜି ଏହି ସମରାଭ୍ୟାସର ଉଦଯାପନୀ ଦିନ ।

Leave a Reply