ଆଜି ଆୟକର ରିଟର୍ଣ୍ଣ ଦାଖଲର ଶେଷଦିନ, ଏତିକି ଦେବାକୁ ପଡିବ ଜୋରିମାନା

1 min read

ନୂଆଦିଲ୍ଲୀ: ଆଜି ଆୟକର ଦାଖଲ କରୁଥିବା ଲୋକଙ୍କ ପାଇଁ ଡେଡ୍‌ଲାଇନ୍‌ । ଆଜି ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ଦିନ  । ଏଥିରେ ରିଟର୍ଣ୍ଣ ଦାଖଲର ସମୟ ସୀମା ବୃଦ୍ଧି କରାଯାଇ ନାହିଁ । ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଆୟକର ରିଟର୍ଣ୍ଣ ଦାଖଲ ଅବଧି ବଢ଼ିନାହିଁ  । ଆଜି ଶେଷ ଦିନରେ ୧ କୋଟି ରିଟର୍ଣ୍ଣ ଦାଖଲ ହେବା ନେଇ ଆଶା କରାଯାଉଛି  । ଗତବର୍ଷ ଶେଷ ତାରିଖରେ ୫୦ଲକ୍ଷ ରିଟର୍ଣ୍ଣ ଦାଖଲ ହୋଇଥିଲା  । ୨୦ ଜୁଲାଇ ସୁଦ୍ଧା ୨ କୋଟି ପର୍ଯ୍ୟନ୍ତ ଆଇଟି ରିଟର୍ଣ୍ଣ ଫାଇଲ ହୋଇଥିଲା  ।

ବାର୍ଷିକ ଆୟ ୫ ଲକ୍ଷ ହୋଇଥିଲେ କରଦାତାଙ୍କୁ ଏକ ହଜାର ତଣ୍ଡ ଗଣିବାକୁ ପଡେ । ଯଦି ଏହା ୫ ଲକ୍ଷରୁ ଊର୍ଦ୍ଧ୍ବ ହୋଇଥାଏ ତେବେ ୫ ହଜାର ଜୋରିମାନା ଦେବାକୁ ପଡିଥାଏ  ।

ଆଜି ସୁଦ୍ଧା ୭ କୋଟି ରିଟର୍ଣ୍ଣ ଆଶା କରାଯାଉଛି । ଗତ ଦୁଇବର୍ଷ କରୋନା ପାଇଁ ଆୟକର ରିଟର୍ଣ୍ଣ ଅବଧିକୁ ବଢାଇଥିଲେ ସରକାର  । ଏଥର କିନ୍ତୁ ଅବଧି ବଢାଯିବ ନାହିଁ ସ୍ପଷ୍ଟ କରିଛି କେନ୍ଦ୍ର  । ନିୟମ ଅନୁସାରେ ଲୋକେ ଦାଖଲ କରୁଥିବା ରିଟର୍ଣ୍ଣ ହିସାବର କୌଣସି ଅଡିଟ ହେଉନାହିଁ  । ଏଥିପାଇଁ ଆଜି ରିଟର୍ଣ୍ଣ ଦାଖଲ କରିପାରିବେ  ।

୨୦୨୦-୨୧ ଆର୍ଥିକ ବର୍ଷରେ ୫.୮୯ କୋଟି ରିଟର୍ଣ୍ଣ ଦାଖଲ ହୋଇଥିଲା  । ତେବେ ଯେଉଁମାନେ ଆଜି ଦାଖଲ କରିନପାରିବେ ସେମାନଙ୍କ ପାଇଁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଯଦିଓ ସମୟ ଅଛି, କିନ୍ତୁ ସେମାନେ ଫାଇନ୍‌ ସହ ଆୟକର ଦାଖଲ କରିବେ  ।