ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ

ଝାରସୁଗୁଡ଼ା : ଆଜି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ । ସବୁ ରାଜନୈତିକ ଦଳ ପକ୍ଷରୁ ଜନସମର୍ଥନ ହାତେଇବା ପାଇଁ ଜୋରଦାର କସରତ କରାଯାଉଛି । ବିଜେଡି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ ହେବ । ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ରୋଡ ଶୋ, ଜନସଭା ସହ ଘର ଘର ବୁଲି ସମର୍ଥନ ମାଗିବେ ବିଜେଡି ନେତା ।

ଗତକାଲି ଝାରସୁଗୁଡ଼ା ଅମିଲିପାଲି ପଡ଼ିଆରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବିରାଟ ଜନସଭା କରିଥିଲେ । ନବୀନ ନବୀନ ନାରାରେ କମ୍ପିଥିଲା ଝାରସୁଗୁଡ଼ା । ଝାରସୁଗୁଡ଼ାବାସୀଙ୍କୁ ସମ୍ବୋଧନ କରିବା ସହ ବିରୋଧୀଙ୍କୁ ମହିଳାଙ୍କୁ ସମ୍ମାନ ଦେବାପାଇଁ ପାଠ ପଢ଼ାଇଛନ୍ତି ନବୀନ । ନବ କିଶୋର ଦାସଙ୍କ ଦେହାନ୍ତ ପରେ ତାଙ୍କ ଝିଅ ଦୀପାଳି ଦାସ ଆପଣଙ୍କ ସେବା ପାଇଁ ଆଗେଇ ଆସିଛନ୍ତି । ସେ ଜଣେ ଉଚ୍ଚ ଶିକ୍ଷିତା । ତାଙ୍କୁ ସୁଯୋଗ ମିଳିଲେ ଆପଣଙ୍କ ପାଇଁ କାମ କରିବେ ।

ଝାରସୁଗୁଡ଼ା ସବୁବେଳେ ବିକାଶ ସହ ଅଛି । ସେଥିପାଇଁ ଝାରସୁଗୁଡ଼ାବାସୀ ବିଜେଡି ସହ ଅଛନ୍ତି । ନାରୀଶକ୍ତି, ଯୁବଶକ୍ତିର ବିକାଶ ସହ ଶିଳ୍ପ କ୍ଷେତ୍ରରେ ବିକାଶ ପାଇଁ ଝାରସୁଗୁଡ଼ା ପରିଚିତ । ଝାରସୁଗୁଡ଼ା ଆହୁରି ଆଗକୁ ଯିବ । ଆପଣଙ୍କ ସହଯୋଗ ରହିଲେ ଝାରସୁଗୁଡା ଦେଶର ଏକ ନମ୍ବର ଶିଳ୍ପ ସମୃଦ୍ଧ ଜିଲ୍ଲା ହୋଇପାରିବ ବୋଲି ନବୀନ କହିଥିଲେ । ନବୀନଙ୍କ ପ୍ରଚାର ପରେ ବିଜେଡି ପ୍ରତି ଥିବା ଜନସମର୍ଥନ ଆହୁରି ଅନେକ ଗୁଣା ବଢିଯାଇଛି । ଆସନ୍ତା ୧୦ ତାରିଖରେ ଝାରୁସୁଗୁଡାରେ ମତଦାନ ହେବ । ୧୩ ତାରିଖରେ ବାହାରିବ ଫଳାଫଳ ।