ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ

ଆଜି ପବିତ୍ର ଦେବସ୍ନାନ ପୁର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନ ବେଦୀରେ ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ କରି ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଏଥିପାଇଁ ପ୍ରାତଃ ୪ଟା ୩୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ନୀତିକାନ୍ତି । ଗତକାଲି ଦଇତାପତି ସେବାୟତଙ୍କ ପକ୍ଷରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇ ସେନାପଟା ଲାଗି କାର୍ଯ୍ୟ କରାଯିବା ସହ ରାତିରେ ବାହୁଟ କଣ୍ଟ ଲାଗି କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ଏହାପରେ ଆରମ୍ଭ ହୋଇଥିଲା ସ୍ନାନ ନୀତିକାନ୍ତି । ସକାଳ ୯ଟାରେ ମଙ୍ଗଳ ଆଳତୀ, ୯ଟା ୧୫ରେ ମଇଲମ, ୯ଟା ୨୫ରେ ତଡପଲାଗି, ୯ଟା ୪୫ରେ ଅଧରପୋଛା, ୧୦ଟା ୨୦ରେ ରୋଷହୋମ, ୧୦ଟା ୩୦ରେ ସୂର୍ଯ୍ୟପୂଜା, ୧୦ଟା ୫୫ରେ ଦ୍ବାରପାଳ ପୂଜା, ୧୧ଟା ୧୦ରେ ବେଶ ଶେଷ କରାଯାଇ ଦିବା ୧୨ଟା ୨୦ରୁ ଗୋଟାଏ ୪୫ ରେ ଜଳବିଜେ କରାଯିବ । ୨ଟା ୫୦ରେ ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ହୋଇ ୩ଟା ୩୦ରେ ହେବ ଛେରା ପହଁରା । ୪ଟା ୩୦ରେ ହାତୀ ବେଶ ଅନୁଷ୍ଠିତ ହେବ । ସେହିପରି ୪ଟା ୩୦ରେ ମହନ୍ତ ଶାଢିବନ୍ଧା, ୫ଟା ୪୫ରୁ ୭ଟା ୨୦ରେ ଘଣ୍ଟଛତା ସକାଳ ଧୂପ, ସଂଧ୍ଯା ୬ଟା ୩୦ରେ ଦକ୍ଷିଣିଘର ଭୋଗ, ୭ଟା ୩୦ରୁ ୧୦ଟା ୩୦ ମଧ୍ୟରେ ସାହାଣମେଲା ଦର୍ଶନ ହେବ । ରାତି ୧୧ଟାରେ ହାତୀବେଶ ମଇଲମ, ୧୧ଟା ୧୦ରେ ପୁଷ୍ମାଞ୍ଜଳି ଓ ଡୋରଲାଗି ହୋଇ ୧୧ଟା ୩୦ରୁ ଦୁଇଟା ମଧ୍ଯରେ ହେବ ବାହୁଡ଼ା ପହଣ୍ଡି ।….