spot_img

Latest Posts

ଆଜି ପବିତ୍ର ଅକ୍ଷୟ ତୃତୀୟାକୁ ନେଇ ଚଳଚଞ୍ଚଳ ଓଡ଼ିଶା, ଅକ୍ଷିମୁଠି ହେବ ଅନୁକୂଳ    

ଭୁବନେଶ୍ବର: ଆଜି ବୈଶାଖ ଶୁକ୍ଳପକ୍ଷ ତୃତୀୟା  । ପବିତ୍ର ଅକ୍ଷୟ ତୃତୀୟାକୁ ନେଇ ଚଳଚଞ୍ଚଳ ଉତ୍କଳ  । ପୂର୍ବରୁ ପଶ୍ଚିମ ଉତ୍ତରରୁ ଦକ୍ଷିଣ , ସବୁଠି ଆଜି ପ୍ରଫୁଲ୍ଲିତ ମନରେ ଅକ୍ଷିମୁଠି ଅନୁକୂଳ କରିଛି ଚଷା ପୁଅ   । କୃଷି ପ୍ରଧାନ ରାଜ୍ୟ ଓଡ଼ିଶାର ଏକମାତ୍ର ସ୍ଥାନ କଟକ ଜିଲ୍ଲା ମାହାଙ୍ଗାର ମଣିଜୋରି ଗାଁରେ ରହିଛି କୃଷକ ଦେବତାଙ୍କ ମନ୍ଦିର  । ଏଠାରେ ଆଜି ସ୍ଵତନ୍ତ୍ର ଭାବେ ପାଳନ ହୋଇଛି ଅକ୍ଷୟ ତୃତୀୟା ଉତ୍ସବ  । ମାଟି ମାଆଙ୍କୁ ପୂଜାକରିବା ସହ ହଳ କରି ଧାନ ବୁଣିଛନ୍ତି ଚାଷୀ  । ଆଜି ମାଟି ମାଆକୁ ସୁମରଣା କରି ଚାଷ କାର୍ଯ୍ୟ ଅନୁକୂଳ କରାଗଲେ ଭଲ ଚାଷକାର୍ଯ୍ୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏହି ଅବସରରେ ଭୁବନେଶ୍ୱର ଉପକଣ୍ଠ ଜୟଦେବ ନିର୍ବାଚନମଣ୍ଡଳୀରେ ବିଜେଡି ତରଫରୁ ରାଜ୍ୟସ୍ତରୀୟ ଅଖିମୁଠି ଅନୁକୂଳ ଉତ୍ସବ ଅନୁଷ୍ଠିତ ହେବ ।  ଆଜି ଗୀତଗୋବିନ୍ଦର ରଚୟତା ଜୟଦେବଙ୍କ ପବିତ୍ର ଜନ୍ମମାଟି ଜୟଦେବ ନିର୍ବାଚନମଣ୍ଡଳୀଠାରେ ଚାଷୀମାନଙ୍କର ଗଣପର୍ବ ପାଳନ କରାଯିବ ।  ଅକ୍ଷୟତୃତୀୟା ଉପଲକ୍ଷେ ବାଲିଅନ୍ତା ବ୍ଳକ ପୁରୁଣାପ୍ରଧାନ ପଞ୍ଚାୟତରେ ବିଜୁ ଜନତା ଦଳ ତରଫରୁ ରାଜ୍ୟସ୍ତରୀୟ ଅଖିମୁଠି ଅନୁକୂଳ ଉତ୍ସବର ଆୟୋଜନ କରାଯାଇଛି।  ଏଥିରେ ବିଜୁ ଜନତା ଦଳର ବରିଷ୍ଠ ନେତୃମଣ୍ଡଳୀମାନେ ଯୋଗ ଦେବେ।  ଏହି କାର୍ଯ୍ୟକ୍ରମକୁ ଜୟଦେବ ନିର୍ବାଚନମଣ୍ଡଳୀର ବିଧାୟକ ନବ କିଶୋର ମଲ୍ଲିକ ସଞ୍ଚାଳନ କରିବେ ।

Latest Posts

Don't Miss