ଆଜି ପ୍ରଥମ ପର୍ଯ୍ୟାୟର ପ୍ରାଥମିକ ସମବାୟ ସମିତି ନିର୍ବାଚନ, ୪ ଲକ୍ଷ ୫୩ ହଜାର ଭୋଟର ଦେଉଛନ୍ତି ଭୋଟ୍

ଭୁବନେଶ୍ୱର: ଆଜି ପ୍ରଥମ ପର୍ଯ୍ୟାୟର ପ୍ରାଥମିକ ସମବାୟ ସମିତି ନିର୍ବାଚନ । ୩ ହଜାର ୨୫୨ ପ୍ରାଥମିକ ସମବାୟ ସମିତିରୁ ୨ ହଜାର ୫୨୧ଟି ସମିତିରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ସଦସ୍ୟ, ସଦସ୍ୟା ନିର୍ବାଚିତ ହୋଇଛନ୍ତି । ବାକି ୭୩୧ ପ୍ରାଥମିକ ସମବାୟ ସମିତିରେ ଆଜି ନିର୍ବାଚନ ହେଉଛି । ମୋଟ ୪ ଲକ୍ଷ ୫୩ ହଜାର ୬୧୦ ଭୋଟର ମତଦାନ କରୁଛନ୍ତି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ନ ୪ଟା ଯାଏ ଚାଲିବ । ଭୋଟ ଗ୍ରହଣ ପରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।

୭୩୧ଟି ସମିତିରୁ ୨୪୪ଟି ସମ୍ବେଦନଶୀଳ ଚିହ୍ନଟ କରାଯାଇଛି । ଏହି ବୁଥଗୁଡ଼ିକରେ ମାଜିଷ୍ଟ୍ରେଟ, ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ ସହ ଅନ୍ୟାନ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସମ୍ବେଦନଶୀଳ ବୁଥଗୁଡିକରେ ସିସିଟିଭି ଲଗାଯାଇଛି । ନିର୍ବାଚନ ପରିଚାଳନା ପାଇଁ ୧୯ ଜଣ ଉପନିବନ୍ଧକ, ୫୮ ଜଣ ସହକାରୀ ନିବନ୍ଧକ ନିୟୋଜିତ ହୋଇଛନ୍ତି । ୩ ହଜାର ୨୫୨ ପ୍ରାଥମିକ ସମବାୟ ସମିତିରୁ ୨ ହଜାର ୫୨୧ଟି ସମିତିରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ସଦସ୍ୟ, ସଦସ୍ୟା ନିର୍ବାଚିତ ହୋଇଛନ୍ତି । ଆସନ୍ତା ୨୬ ତାରିଖରେ ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଦିନର ଭୋଟ ଗ୍ରହଣ ହେବ ।