ଆଜି ବିଧାନସଭା ଅଧିବେଶନର ପଞ୍ଚମ ଦିନ

ଭୁବନେଶ୍ବର: ଆଜି ପଞ୍ଚମ ଦିନରେ ବି କମ୍ପିବ ବିଧାନସଭା। ଶୂନ୍ୟକାଳରୁ ଗୃହ କାର୍ଯ୍ୟ ଆରମ୍ଭ ହେଉଥିବାରୁ ବିଧାନସଭା ବେଶ୍ ସରଗରମ ରହିପାରେ। ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି, ସୁଭଦ୍ରା ଯୋଜନା ଏସଓପିକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇପାରନ୍ତି । ଏହା ସହ ଅନେକ ପ୍ରସଙ୍ଗ ଶୂନ୍ୟକାଳରେ ଉଠିପାରେ। ବିରୋଧୀ ବିଜେଡ଼ି ପକ୍ଷରୁ ମୁଲତବୀ ପ୍ରସ୍ତାବ ଅଣାଯିବ। ସେହିପରି ୯ ତାରିଖର ନିର୍ମାଣ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବ। ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ କରୁଥିବା ବେଳେ ଶାସକ ଦଳ ବିରୋଧୀଙ୍କୁ କାଉଣ୍ଟର କରିବା ପାଇଁ ନୂଆ ରଣନୀତି ଆପଣାଇପାରେ ।