ଆଜି ପୂର୍ବାଞ୍ଚଳ ପରିଷଦର ୨୪ତମ ବୈଠକ, ଯୋଗଦେବେ ୪ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପୂର୍ବାଞ୍ଚଳ ପରିଷଦର ୨୪ତମ ବୈଠକ । ପରିଷଦରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷ ଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପାଧ୍ୟକ୍ଷ ଅଛନ୍ତି । ପ୍ରଥମ ଥର ପାଇଁ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ ଆୟୋଜନ କରୁଛି ଓଡିଶା ।  ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୈଠକରେ ଯୋଗ ଦେବେ । ରାଜ୍ୟ କ୍ୟାବିନେଟର ମନ୍ତ୍ରୀ, ସଚିବ, ଅତିରିକ୍ତ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ବି ଉପସ୍ଥିତ ରହିବେ । ପୂର୍ବାଞ୍ଚଳର ବିଭିନ୍ନ ରାଜ୍ୟ ନିଜ ରାଜ୍ୟସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ଉଠାଇବେ ।  ଆନ୍ତଃରାଜ୍ୟ ଜଳ ବିବାଦ, ବିଦ୍ୟୁତ୍ ସରବରାହ, କୋଇଲା ଖଣି ପରିଚାଳନା ଏବଂ ରୟାଲଟି ସଂଶୋଧନ, କେନ୍ଦ୍ରୀୟ ଅନୁଦାନ ଆବଣ୍ଟନ ଭଳି ୫୦ଟି ପ୍ରସଙ୍ଗରେ ଆଲୋଚନା ହେବ ।  ସେହିପରି କେନ୍ଦ୍ର ସରକାରଙ୍କ ସଚିବ, ଅତିରିକ୍ତ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ବି ବୈଠକରେ ଯୋଗ ଦେବେ । ଓଡ଼ିଶା ପଞ୍ଚଦଶ ଅର୍ଥକମିଶନ ଅନୁଦାନ ହ୍ର।ସ ଏବଂ ମାଓ ଉପଦ୍ରୁତ ଅଞ୍ଚଳର ବିକାଶକୁ ଫୋକସ୍‌ କରିବ ।

Leave a Reply