୧୪୪ତମ ଜୟନ୍ତୀ ଅବସରରେ ଲୌହମାନବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି ସାରା ଦେଶ

1 min read

ଲୌହମାନବଙ୍କୁ ଶ୍ରଦ୍ଧାଞ୍ଜଳି । ଭାରତର ପ୍ରଥମ ଗୃହମନ୍ତ୍ରୀ ତଥା ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୪ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛି ସାରା ଦେଶ । ନୂଆଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲୌହମାନବଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟର କୋବାଡିଆ ଠାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଅବସରରେ ଆୟୋଜିତ ଏକତା ଦିବସ ପରେଡରେ ଭାଗ ନେଇଥିଲେ ପ୍ରଧାନମନ୍ତ୍ରୀ । ଏଥିସହ ମୋଦି ଟେକ୍ନୋଲୋଜି ଡେମୋନଷ୍ଟ୍ରେସନ ସାଇଟ ପରିଦର୍ଶନ କରିଛନ୍ତି ।

ଅପର ପକ୍ଷେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହପୁରୀ ଓ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନୀଲ ବାଇଜଲ ମଧ୍ୟ ଲୌହମାନବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏ ଅବସରରେ ଦିଲ୍ଲୀ ନ୍ୟାସନାଲ ଷ୍ଟାଡିୟମରୁ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ରନ ଫର ୟୁନିଟିକୁ ଶୁଭାରମ୍ଭ କରିଥିଲେ । ଏଥିରେ ହଜାର ହଜାର ଯ଼ୁବକ ସାମିଲ ହୋଇଥିଲେ । ')}

Leave a Reply