ଆଜି ରଜ ସଂକ୍ରାନ୍ତି, ଦୋଳି ଖେଳରେ ମସଗୁଲ ଝିଅ ଓ ବୋହୁ

ଭୁବନେଶ୍ୱର: ଆଜି ରଜ ସଂକ୍ରାନ୍ତ । ଉଠୁଛି ପଡ଼ୁଛି ଗାଁ ଦାଣ୍ଡ । ଦୋଳି ଖେଳରେ ମସଗୁଲ ଝିଅ, ବହୁ । ସବୁଠି ଉତ୍ସାହର ମାହୋଲ । ଆଦ୍ୟ ଆଷାଢ଼ର ପହିଲି ପୁଲକରେ ପୁଲ୍ଲକିତ ଧରା । ପ୍ରତି ଗାଁ ଗାଁରେ ଆୟୋଜନ ହୋଇଛି ଦୋଳି ଖେଳ ପ୍ରତିଯୋଗିତା । ରାଜଧାନୀ  ବି ହୋଇ ଉଠିଛି ଉତ୍ସବମୁଖର । ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଛି ରଜ ମହୋତ୍ସବ । କେତେକ ସ୍ଥାନରେ କବାଡ଼ି ପ୍ରତିଯୋଗିତା ହେଉଛି । ଭୁବନେଶ୍ବର ପାନ୍ଥନିବାସ ଓ ସହିଦନଗର ଦୁର୍ଗା ମଣ୍ଡପ ପଡ଼ିଆରେ ଓଟିଡିସି ପକ୍ଷରୁ ରଜ ଉତ୍ସବ ଆୟୋଜନ କରାଯାଇଛି । ଏହି ଅବସରରେ ପାରମ୍ପରିକ ପିଠାର ପସରା ଖୋଲିଥିବାବେଳେ ଗଡ଼ିଛି ପିଠା ଅନ ହ୍ବିଲ୍ । ଭାଇଚାରାର ସହର କଟକରେ ମଧ୍ୟ ଦୋଳି ଖେଳର ଆୟୋଜନ ହୋଇଛି । କୁମାରୀ ଝିଅମାନେ ନୂଆ ପୋଷକ ପିନ୍ଧି ସଜେଇ ହୋଇ ସାଙ୍ଗସାଥିଙ୍କ ସହ ନେଉଛନ୍ତି ରଜ ଦୋଳିର ମଜା । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ମଧ୍ୟ ରଜ ପାନ ଖାଇ ଉତ୍ସବରେ ସାମିଲ ହୋଇଛନ୍ତି ।