ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଦେଶ ପାଳୁଛି ସହିଦ ଦିବସ

୩୦ଜାନୁଆରୀ …ଭାରତୀୟ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଜି ଶ୍ରାଦ୍ଧ ଦିବସ । ୧୯୪୮ ଆଜିର ଦିନରେ ବିର୍ଲା ହାଉସରେ ସଂଧ୍ୟା ପ୍ରାର୍ଥନା ସମୟରେ ଗୁଳି ଖାଇ ଟଳିପଡ଼ିଥିଲେ ଦେଶର ପିତା ମହାତ୍ମା ଗାନ୍ଧୀ ।
ଏ ଘଟଣା ସ୍ତବ୍ଧ କରିଦେଇଥିଲା ସାରା ଦେଶକୁ । ଅହିଂସାର ଚଳନ୍ତି ପ୍ରତିମାଙ୍କୁ ହରାଇ ମର୍ମାହତ ହୋଇଥିଲେ କୋଟିକୋଟି ଭାରତୀୟ । ତେବେ ପ୍ରତ୍ୟେକ ବର୍ଷ ୩୦ ଜାନୁୟାରୀ ଅର୍ଥାତ ଆଜିର ଦିନକୁ ସାରା ଦେଶ ସହୀଦ ଦିବସ ଭାବରେ ପାଳନ କରିଆସୁଛି ।
ଦେଶ ପାଇଁ ଜୀବନ ସମର୍ପି ଦେଇଥିବା ସହୀଦଙ୍କୁ ଦେଶର କୋଣଅନୁକୋଣରେ ଜ୍ଞାପନ କରାଯାଉଛି ଶ୍ରଦ୍ଧାଞ୍ଜଳି ।
ସେପଟେ ଗାନ୍ଧୀଙ୍କ ସ୍ମୃତିରେ ବିଧାନସଭା ପରିସରରେ ସକାଳ ୧୦ଟା ୪୩ରେ ଆୟୋଜିତ ହେବ ପ୍ରାଥନ ସଭା । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।